ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁହେଲେ ମିିଳିବ ୪ଲକ୍ଷ କ୍ଷତିପୂରଣ

ଭୁବନେଶ୍ୱର: ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ଏଣିକି ୪ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଆୟୋଜିତ ୬୩ତମ ବନ୍ୟାପ୍ରାଣୀ ସପ୍ତାହ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିରଷ୍ଠ ପ୍ରଶାସକ ସୁରେଶ ମହାପାତ୍ର ଆଦି ଉପସ୍ଥିତ ଥିଲେ। ଏହି ଅବସରେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ଓ ବନ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ଲୋକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ପୂର୍ବରୁ ଏହି କ୍ଷତିପୂରଣ ରାଶି ୩ଲକ୍ଷ ଟଙ୍କା ଥିଲା। ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମେଣ୍ଢା ଓ ଛେଳିଙ୍କ ମୃତ୍ୟୁ ଘଟିଲେ ୨୦୦୦ ଟଙ୍କା ସରକାରୀ ସହାୟତା ମିଳିବ। ସେହିଭଳି ଛେଳି-ମେଣ୍ଢା ଆହତ ହେଲେ, ସମ୍ପୃକ୍ତ ମାଲିକଙ୍କୁ ୭୫୦ଟଙ୍କା ସହାୟତା ମିଳିବ।

ସମ୍ବନ୍ଧିତ ଖବର