ଏନକାଉଣ୍ଟରରେ ୪ ନକ୍ସଲ ନିହତ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ ପୁଲିସକୁ ମିଳିଛି ବଡ ସଫଳତା। ନାରାୟଣପୁର ଜିଲ୍ଲା ପୁଲିସର ସ୍ୱତନ୍ତ୍ର ଅପରେସନ୍‌ରେ ୨ ନକ୍ସଲ କମାଣ୍ଡରଙ୍କ ସମେତ ୪ ଜଣ ନିହତ ହୋଇଛନ୍ତି। ସେହିପରି ମାଓ କ୍ୟାମ୍ପକୁ ସଂପୂର୍ଣ୍ଣ ଧ୍ୱଂସ କରି ଦିଆଯାଇଛି। ଶେଷ ଖବର ସୁଦ୍ଧା ଯବାନମାନେ ଜଙ୍ଗଲରେ ଅପରେସନ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ନାରାୟଣପୁର ଜିଲ୍ଲାର ଗୁମିଆବେଡାଡି ନିକଟସ୍ଥ ଜଂଗଲରେ ନକ୍ସଲ କ୍ୟାମ୍ପ କରି କିଛି ଯୋଜନା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ତେଣୁ ଜିଲ୍ଲା ପୁଲିସ ଓ ଯବାନମାନେ କ୍ୟାମ୍ପ ଆଡ଼କୁ ଅଗ୍ରସର ହେଉଥିବା ବେଳେ ନକ୍ସଲ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଫଳରେ ଯବାନମାନେ ପାଲଟା ଜବାବ ଦେଇଥିଲେ। ଉଭୟ ପଟୁ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଶେଷରେ ନକ୍ସଲ ମୁକାବିଲ କରିନପାରି କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେସନ ସମୟରେ ୪ଜଣ ନକ୍ସଲଙ୍କ ଶବ ମିଳିଥିଲା। ମୃତକଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ରହିଥିବା ସୂଚନା ମିଳିଛି। ଏସପି ଜିିତେନ୍ଦ୍ର ଶୁକ୍ଲା ପ୍ରକାଶ କରିଛନ୍ତି ଯେ ଡିଆରଜି ଏବଂ ପୁଲିସ ମିଳିତ ଭାବେ ଏହି ଅପରେସନ କରିଥିଲେ। ଏହି ଅପରେସନରେ ୪ଜଣ ନକ୍ସଲ ନିହତ ହୋଇଛନ୍ତି। ସେଥିମଧ୍ୟରୁ ମହିଳା ନକ୍ସଲ ହେଲେ ଝାରଘାଟି କମାଣ୍ଡର ରତୀ। ଅନ୍ୟ ଜଣେ ନକ୍ସଲ ନେହଲନାର ଏରିଆ କମାଣ୍ଡର ସୋମଡୁ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇନାହିଁ। ଶବ ଗୁଡ଼ିକୁ ଜଙ୍ଗଲରୁ ଜବତ କରି ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଅଣାଯାଇଥିବା ଏସପି କହିଛନ୍ତି।

ସମ୍ବନ୍ଧିତ ଖବର