ନନ୍ଦନକାନନରେ ଆଜି ପହଞ୍ଚିବ ଧୂସର ଗଧିଆ

ବାରଙ୍ଗ : ମହୀଶୂରରୁ ଆସୁଥିବା ହଳେ ଧୂସର ଗଧିଆ ଶନିବାର ଭୋର ସୁଦ୍ଧା ନନ୍ଦନକାନନରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଉଭୟଙ୍କର ବୟସ ଅଢ଼େଇ ବର୍ଷ ହେବ ବୋଲି କୁହାଯାଉଛି। ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞ ଦେବଦତ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବାୟୋଲୋଜିଷ୍ଟ୍ ରାଜେଶ ମହାପାତ୍ର,ଏଲ୍ଅାଇ ପ୍ରଦୀପ କୁମାର ନନ୍ଦି, ସୁଧୀର ବେହେରା,ସୁବାସ ମହାପାତ୍ର, ଫରେଷ୍ଟର ସୁଧୀର ପଟ୍ଟନାୟକ, ଜନ୍ତୁ ରକ୍ଷକ ଅର୍ଜୁନ ସାମଲ ଓ ପ୍ରଫୁଲ ବାଗ୍୍‌ଙ୍କ ସମେତ ଏକ ୮ ଜଣିଅା ଦଳ ଗତ ୨୧ ତାରିଖରେ ମହୀଶୂର ଗସ୍ତ କରିଥିଲେ। ସେମାନେ ଏଠାରୁ ୩ଟି କୁଜି ହରିଣଙ୍କୁ ‌େ‌ନଇ ଯାଇଥିଲେ। ଏମାନଙ୍କ ପ୍ରତିବଦଳରେ ସେଠାରୁ ଧୂସର ଗଧିଅା ଦୁଇଟିଙ୍କୁ ଅଣାଯାଉଛି। ଅାଗମୀ ପର୍ଯ୍ୟଟନ ଋତୁରେ ଏହି ଗଧିଆ ଦୁଇଟି ପର୍ଯ୍ୟଟକଙ୍କ ଅାକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବେ।

ସମ୍ବନ୍ଧିତ ଖବର