ସାର୍ଟିଫିକେଟ୍‌ ଜାଲିଆତି ଅଭିଯୋଗ : ଅଧୢକ୍ଷଙ୍କୁ ହଟାଇବା ପାଇଁ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ

ରାଜନଗର : ରାଜନଗର ବ୍ଲକ ଅଷ୍ଟଶମ୍ଭୁ ସ˚ସ୍କୃତ ମହାବିଦ୍ୟାଳୟର ଅଧୢକ୍ଷ ଦାୟିତ୍ବରେ ଥିବା ସର୍ବେଶ୍ବର ଲେଙ୍କା ସାର୍ଟିଫିକେଟ ଜାଲିଆତି ଅଭିଯୋଗ ହୋଇଛି। ତେଣୁ ତାଙ୍କ ବଦଳରେ ରାଜନୀତି ବିଜ୍ଞାନର ଅଧୢାପକ କାହ୍ନୁ ଚରଣ ସାମଲଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦେବା ପାଇଁ ସ୍ୟାଟ୍‌ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ପୂର୍ବ ନିର୍ଦ୍ଦେଶ ବିରୁଦ୍ଧରେ ଶ୍ରୀ ଲେଙ୍କା ସ୍ୟାଟରେ କରିଥିବା ମାମଲା ରଦ୍ଦ କରିଦିଆଯାଇଛି।

ରାଜନଗର ବ୍ଲକର କୁରୁ˚ଟି ପଞ୍ଚାୟତର ଚନ୍ଦ୍ରଶିଖରଠାରେ ଥିବା ଅଷ୍ଟଶମ୍ଭୁ ସ˚ସ୍କୃତ ମହାବିଦ୍ୟାଳୟରେ ଇତିହାସ ବିଭାଗର ଅଧୢାପକ ସର୍ବେଶ୍ବର ଲେଙ୍କା ମହାବିଦ୍ୟାଳୟର ଅଧୢକ୍ଷ ଦାୟିତ୍ବରେ ଅଛନ୍ତି। କିନ୍ତୁ ଅଧୢାପକ ହେବା ପାଇଁ ସ୍ନାତକୋତ୍ତରରେ ସର୍ବନିମ୍ନ ପ୍ରତିଶତନ ନମ୍ବର ତାଙ୍କର ନଥିବା ଅଭିଯୋଗ ହୋଇଥିଲା। ତାଙ୍କର ସାର୍ଟିଫିକେଟ୍‌ ଜାଲିଆତି ଅଭିଯୋଗ ହୋଇଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ କେନ୍ଦ୍ରାପଡ଼‌ା ଉପଜିଲ୍ଲାପାଳଙ୍କୁ ଚିଠି(ନ˚.୨୩୪୦୯/ତା.୨୩/୦୬/୨୦୧୬) ଅବଗତ କରାଇଥିଲେ। କିନ୍ତୁ ଶ୍ରୀ ଲେଙ୍କା ଏହି ନିର୍ଦ୍ଦେଶ ବିରୁଦ୍ଧରେ (କେଶ ନମ୍ବର ୫୧୩/୨୦୧୬) ସ୍ୟାଟ୍‌ଙ୍କ ଆଶ୍ରୟ ନେଇଥିଲେ। ସ୍ୟାଟ୍‌ ଶ୍ରୀ ଲେଙ୍କାଙ୍କ ମାମଲା ରଦ୍ଦ କରିବା ସହିତ ରାଜନୀତି ବିଜ୍ଞାନର ଅଧୢାପକ କାହ୍ନୁଚରଣ ସାମଲଙ୍କ ସପକ୍ଷରେ ରାୟ ଦେଇଛନ୍ତି। ରାୟରେ ୪ ମାସ ମଧୢରେ ଶ୍ରୀ ସାମଲଙ୍କ ନିଯୁକ୍ତିର ଅନୁମୋଦନ ସହ ସହ ବ୍ଲକଗ୍ରାଣ୍ଟ ଦରମା ମଂଜୁର କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ୬ମାସ ମଧୢରେ ତାଙ୍କୁ ସମ୍ପୂର୍ଣ୍ଣ ଏରିୟର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର