ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟସେବା ଶିବିର : ୨୫ଶହରୁ ଊର୍ଦ୍ଧ୍ବ ରୋଗୀ ପାଇଲେ ମାଗଣା ସ୍ବାସ୍ଥ୍ୟସେବା

ଝରିଗାଁ : କଟକ ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ସଦର ମହକୁମା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୩୩ତମ ମେଗା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ‌ହୋଇଯାଇଛି।

ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର, ଏସପି ନିତିନ କୁଶଲକର ଓ ସିଡିଏମଓ ଡା. ସନ୍ତୋଷ ସ୍ବାଇଁ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରେ ୨୫ଶହରୁ ଊର୍ଦ୍ଧ୍ବ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅତ୍ୟାଧୁନିକ ପଦ୍ଧତିରେ ଏଣ୍ଡୋସ୍କୋପି, ଇସିଜି ଓ ରକ୍ତ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।

ଶିବିରକୁ ଟ୍ରଷ୍ଟର ମୁଖ୍ୟ ଡା. ଦତ୍ତେଶ୍ବର ହୋତା ପରିଚାଳନା କରିଥିବା ବେଳେ ଡା. ସୁଜାତା ପୂଜାରୀ, ଡା. ସିଦ୍ଧାନ୍ତ କର, ଡା. ପି.କେ ମହାପାତ୍ର, ଡା. ଜୟନ୍ତ ଦାଶ, ଡା. ସୁବ୍ରତ ବେହେରା, ଡା. ବି.ବି ନାୟକ, ଡା. ଜୀବନ ଜ୍ୟୋତି ମିଶ୍ର, ଡା. ରାଜେଶ ସାହୁ, ଡା.ସୁନୀଲ ମିଶ୍ରଙ୍କ ସମେତ ୪୦ଜଣ ବିଶେଷଜ୍ଞ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଝରିଗାଁ ତହସିଲଦାର ଚିନ୍ମୟ କୁମାର ସାଗର, ଥାନା ଅଧିକାରୀ ନରେଶ ପ୍ରଧାନ, ସିଡିପିଓ ଏସ. ବାସନ୍ତୀ, ଡା. ସ୍ମୃତି ମଧୁସ୍ମିତା, ଝରିଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ ଆଇସିଡିଏସ କର୍ମଚାରୀ ଉପସ୍ଥିତ ଥିଲେ। ଝରିଗାଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର