ଚିତ୍ତଜ୍ଞାନୀ ଟାରିଟେବଲ ଟ୍ରଷ୍ଟ ପକ୍ଷରୁ ମେଗା ଚିକିତ୍ସା ଶିବିର : ୨୫୩୬ ରୋଗୀଙ୍କୁ ମାଗଣା ଚିକିତ୍ସା

ନାରାୟଣପାଟଣା : କୋରାପୁଟ ଜିଲ୍ଲା ଅନ୍ତର୍ଗତ ମାଓପ୍ରବଣ ଅଞ୍ଚଳ ନାରାୟଣପାଟଣା ଠାରେ ଆଜି ଏକ ମେଗା ଚିକିତ୍ସା ସେବା ଅୟୋଜିତ ହୋଇଯାଇଛି। କଟକ ସାମନ୍ତସାହି କେନାଲ୍‌ ରୋଡସ୍ଥିତ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୫୩୬ ଜଣ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଇଥିଲା।

କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲଳିିତ ରଥ ମୁଖ୍ୟଅତିଥି ଏବଂ ଏଡିଏମଓ ଅରୁଣ ପାାଢୀ ଏବଂ ସ୍ଥାନୀୟ ତହସିଲଦାର ଚିତ୍ତରଜଂନ ବନଗୁଲା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଟ୍ରଷ୍ଟ ଜରିଆରେ ଉପାନ୍ତ ଅଂଚଳବାସୀଙ୍କୁ ମାଗଣାରେ ରୋଗୀ ସେବା ଯୋଗାଇ ଦିଆଯାଉଛି ବୋଲି ଟ୍ରଷ୍ଟ ସମ୍ପାଦକ ରାଜେଶ୍ୱର ହୋତା କହିଛନ୍ତି।

ସମ୍ବନ୍ଧିତ ଖବର