ତୈଳ ଦର ବୃଦ୍ଧି ନେଇ ବିଜେଡି-ବିଜେପି ପେଣ୍ଡୁଲମ୍‌ ପଲିଟିକ୍ସ ବନ୍ଦ କରୁ: କଂଗ୍ରେସ

ଭୁବନେଶ୍ୱର : ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତୈଳକୁ ନେଇ ରାଜନୀତି କରିବା ପରିବର୍ତେ ଦେଶ ଓ ରାଜ୍ୟବାସୀ କିପରି କମ୍‌ ଦରରେ ତେଲ ପାଇବେ ସେଭଳି ବ୍ୟବସ୍ଥା କରିବାକୁ କଂଗ୍ରେସ ଦାବି କରିଛି।

ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ଉଭୟ ଦଳ ପେଣ୍ଡୁଲମ୍‌ ପଲିଟିକ୍ସ ନ କରି ମାଟି ସ୍ୱାର୍ଥରେ ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି। ଆନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଉଛି। କିନ୍ତୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟେ ବ୍ୟକ୍ତିଗତ ଟିକସ ଯୋଡିି ବର୍ଧିିତ ମୂଲ୍ୟରେ ଗ୍ରାହକମାନଙ୍କୁ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ବିକ୍ରି କରୁଥିବାରୁ ଏହା ନିନ୍ଦନୀୟ। ଉପା ସରକାରଙ୍କ ସମୟରେ ତୈଳ ଦର ଯଥେଷ୍ଟ ନିୟନ୍ତ୍ରଣରେ ଥିବା ବେଳେ ବର୍ତମାନ ଏନ୍‌ଡିଏ ସରକାରଙ୍କ ସମୟରେ ତୈଳ ଦର ରେକର୍ଡ ଟପିଛି। ଆମ ରାଜ୍ୟର ଉପାନ୍ତ ଜିଲ୍ଲାଗୁଡିକରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରୁ ଅଧିକ ହୋଇଛି। ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ଉପରେ ଲଗାଉଥିବା ଅଧିକ ଟିକସକୁ କମ୍‌ କରିବା ସହିତ କେନ୍ଦ୍ର ସରକାର ଯେଉଁ ପରିମାଣର ଟିକସ ଲଗାଉଛନ୍ତି ସେଥିରେ ଲଗାମ ଦେବା ଦରକାର ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର