ଜିଲ୍ଲା ଜଜ୍‌ କ୍ୟାଡରରେ ଖାଲି ଥିବା ୨୭ ପଦବି ପୂରଣ ହେବ

କଟକ: ୨୦୧୯ ବର୍ଷରେ ଜିଲ୍ଲା ଜଜ୍‌ କ୍ୟାଡର୍‌ରେ ଖାଲି ପଡିଥିବା ପଦବି ପୂରଣ ସ˚ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲା ଜଜ୍‌ କ୍ୟାଡରରେ ୧୫ଟି ପଦବି ଏବେ ଖାଲି ପଡିଛି। ଏଥି ସହ ଅବସର ଗ୍ରହଣ ଓ ଅନ୍ୟାନ୍ୟ କାରଣରୁ ଏକ ବର୍ଷ ମଧୢରେ ୮ଟି ଜିଲ୍ଲା ଜଜ୍‌ ପଦବି ଖାଲି ହେବ। ଏଥି ସହିତ ନୂଆ ଅଦାଲତ ପ୍ରତିଷ୍ଠା ପାଇଁ ୪ଟି ପଦବି ଖାଲି ପଡିବାର ସମ୍ଭାବନା ରହିଛି। ଏପରି ତଥ୍ୟ ହାଇକୋର୍ଟ େଵସାଇଟରେ ଉପଲବ୍ଧ ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି। ଏହି ୨୭ଟି ପଦବି ମଧୢରୁ ବାର‌୍‌ରୁ ସିଧାସଳଖ ନିଯୁକ୍ତି ମାଧୢମରେ ୮ଟି ପଦବି ପୂରଣ ହେବ। ଏଥି ସହିତ ୧୪ଟି ପଦବି ପଦୋନ୍ନତି ମାଧୢମରେ ପୂରଣ କରାଯିବ। ଅବଶିଷ୍ଟ ୫ଟି ପଦବି ନିୟମିତ ପଦୋନ୍ନତି ପ୍ରକ୍ରିୟା ଦ୍ବାରା ପୂରଣ କରାଯିବ।

ସମ୍ବନ୍ଧିତ ଖବର