ଶ୍ରୀମନ୍ଦିର ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ପ୍ରସ୍ତାବ ଉପରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ : ଗଜପତି ମହାରାଜା ଦିବ୍ୟସିଂହ ଦେବ

0 321

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ଓ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଅଗଷ୍ଟ ମାସରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀ ଆସିବେ । ଶ୍ରୀମନ୍ଦିର ନୀତିକାନ୍ତି ଓ ବ୍ୟବସ୍ଥା ନେଇ ଆଲୋଚନା ହେବ । ସୁପ୍ରିମକୋର୍ଟ ଶ୍ରୀମନ୍ଦିର ନେଇ ରାୟ ଦେବା ପରେ ଏ ନେଇ ପ୍ରତିକ୍ରିୟ୍ରା ରଖିଛନ୍ତି ସେବାୟତ । ସେମାନେ କହିଛନ୍ତି, ପରମ୍ପରାକୁ ଭାଙ୍ଗିବା ପାଇଁ ସେମାନଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ।

ପୁରୀରେ ରଥଯାତ୍ରା ପାଇଁ ଶେଷ ସମନ୍ୱୟ କମିଟି ବୈଠକ ସରିଛି । ଚଳିତ ବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳିତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ସେବାୟତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟତଃ ସ୍ୱରେଜ, ଆଲୋକ, ପରିମଳ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ଆଲୋକ ବ୍ୟବସ୍ଥା, ସୁରକ୍ଷା ଓ ରେଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ବୈଠକରେ ରାଜସ୍ୱ, ଆଇନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ଓ ଛତିଶାନିଯୋଗ ପ୍ରତିନିଧି ଉପସ୍ଥିତି ଥିଲେ । ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଜିଲ୍ଲାପାଳ ଓ ଏସପି ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.