ଅତିଥିରେ ରଥଯାତ୍ରା, ମୁହଁ ଖୋଲିଲେ ଗଜପତି ତିଥି ବ୍ୟତିରେେକ ଅନ୍ୟଦିନରେ ନ ହେଉ ରଥଯାତ୍ରା

ଭୁବନେଶ୍ବର: ଅତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପବିତ୍ର ସୁନିଆଁ ଅବସରରେ ଶ୍ରୀନଅର ପକ୍ଷରୁ ଜାରି େପ୍ରସ ଇସ୍ତାହାରରେ ଗଜପତି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିର୍ଧାରିତ ପୂଣ୍ୟତିଥି ବ୍ୟତିରେକେ ଅନୁଷ୍ଠିତ ନ େହଉ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ସୁପ୍ରତିଷ୍ଠିତ ପରମ୍ପରା ଅନୁସାରେ ପୁରୀ ଶ୍ରୀେକ୍ଷତ୍ରଧାମରେ ପ୍ରତ୍ୟେକ ବର୍ଷ ଆଷାଡ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ଅନୁଷ୍ଠିତ େହାଇଥାଏ। ରଥଯାତ୍ରା ସମାପନ େହାଇ ଶ୍ରୀ ବିଗ୍ରହମାନେ ପୁନଃ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ/ଚତୁର୍ଦଶୀ ତିଥିରେ ରତ୍ନସିଂହାସନରେ ବିରାଜମାନ େହାଇଥାନ୍ତି।

ବିଶ୍ବର ସମସ୍ତ ଜଗନ୍ନାଥ େପ୍ରମୀ ଭକ୍ତ ଓ ଅନୁଷ୍ଠାନମାନଙ୍କୁ ନିେବଦନ କରି ଗଜପତି ମହାରାଜା କହିଛନ୍ତି, େସମାନେ ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରାକୁ ନିର୍ଧାରିତ ପୂଣ୍ୟତିଥି ମାନଙ୍କରେ ପାଳନ କରିବା ଉଚିତ୍। ଶ୍ରୀମନ୍ଦିର ମହାନ ପରମ୍ପରା ଓ ଶାସ୍ତ୍ରୀୟ େଘାଷଣା ଉଲ୍ଲଂଘନ କରି ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରା ନ କରିବା ଲାଗି ଗଜପତି ଏହି ଅବସରରେ ପ୍ରବର୍ତାଇଛନ୍ତି। ୨୦୦୮ େଫବ୍ରୁଆରି ୨୬ ତାରିଖରେ ପଶ୍ଚିମବଙ୍ଗ ମାୟାପୁର ସ୍ଥିତ ଅନ୍ତଃରାଷ୍ଟ୍ରୀୟ ଇସ୍କନ ସଂସ୍ଥାର ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ପତ୍ର ସଂପର୍କରେ ମଧ୍ୟ ଗଜପତି ଆଜି ଗଣମାଧ୍ୟମକୁ ଜଣାଇଛନ୍ତି। ଏଥିରେ ଶାସ୍ତ୍ର ଓ ପରମ୍ପରା ବିେରାଧରେ ମହାପ୍ରଭୁଙ୍କର ରଥଯାତ୍ରା ନ କରିବା ଲାଗି ପୂର୍ବରୁ ଜଣାଇ ଦିଆଯାଇଥିଲା।

ଅନ୍ୟପକ୍ଷରେ ଗଜପତି ମହାରାଜା ସଂଲଗ୍ନ କରିଥିବା ଚିଠି ଆଜି ଆଉ ଏକ ରହସ୍ୟର ଉନ୍ମୋଚନ କରିଛି। ଅତିଥିରେ ରଥଯାତ୍ରା ପ୍ରସଙ୍ଗ େନଇ େସାମବାର ଭୁବନେଶ୍ବର ଇସ୍କନ ସଫେଇ େଦଇଛି। ଲୁଧିଆନାେର ଇସ୍କନ ଏଥର ରଥଯାତ୍ରା ପାଳନରୁ ଓହରିଯାଇଥିବା ସଂପର୍କରେ କର୍ତୃପକ୍ଷ ଗତକାଲି କହିଥିଲେ। ହେଲେ ମହାପ୍ରଭୁଙ୍କ ଭାବାବେଗ ବିେରାଧରେ ସଂପୃକ୍ତ କର୍ତୃପକ୍ଷ ଜାଣିଶୁଣି େଖଳ େଖଳୁଛନ୍ତି, ଏକଥା ପୂର୍ବରୁ ଦିଆଯାଇଥିବା ବିଭିନ୍ନ ଚିଠିକୁ େଦଖିଲେ ସ୍ପଷ୍ଟ େହାଇଯାଉଛି। େଖାଦ୍ ଗଜପତି ମହାରାଜା ୨୦୦୮ େଫବ୍ରୁଆରି ୨୬ ତାରିଖରୁ ପଶ୍ଚିମବଙ୍ଗ ମାୟାପୁରସ୍ଥିତ ଅନ୍ତଃ ରାଷ୍ଟ୍ରୀୟ ଇସ୍କନ ସଂସ୍ଥାର ଅଧ୍ୟକ୍ଷଙ୍କୁ ପତ୍ର େଲଖି ଆପତ୍ତି କରିଥିଲେ। ଶାସ୍ତ୍ର ଓ ପରମ୍ପରା ବିେରାଧରେ ରଥଯାତ୍ରା ନ କରିବା ଲାଗି ଗଜପତି ମହାରାଜା ସତର୍କ କରାଇ ଦେବା ସହିତ ଏ ସଂକ୍ରାନ୍ତରେ ବିଭିନ୍ନ ଶାସ୍ତ୍ରରେ ଥିବା ପ୍ରମାଣ ଦେଇଥିଲେ। ଏହା ପୂର୍ବରୁ ଲୁଧିଆନା ଇସ୍କନ ମୁଖ୍ୟଙ୍କୁ ୨୦୦୭ ଅକ୍ଟୋବର ୪ ତାରିଖରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଚିଠି ଲେଖି ଅତିଥିରେ ରଥଯାତ୍ରାରୁ ଦୂରେଇ ରହିବା ଲାଗି ନିବେଦନ କରିଥିଲେ। ଦିଲ୍ଲୀ ସରକାରଙ୍କୁ ମଧ୍ୟ ପତ୍ର େଲଖି ଶ୍ରୀମନ୍ଦିର ପ୍ରଶାସନ ସେ ସମୟରେ ଆପତ୍ତି ଜଣାଇଥିଲେ। ଏହା ସତ୍ତ୍ବେ କର୍ତ୍ତୃପକ୍ଷ ରଥଯାତ୍ରା କରିବା ଲାଗି ନିଷ୍ପତ୍ତି େନବା, ସର୍ବୋପରି େଶଷ ମୁହୂର୍ତରେ ଓହରିଯିବା େନଇ ସଫେଇ ଦେବା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ବିସ୍ମିତ କରିଛି।

୨୦୦୭ରୁ ବିେରାଧ କରି ଆସୁଛି ଶ୍ରୀମନ୍ଦିର ପ୍ରଶାସନ
୨୦୦୮ରେ ଇସ୍କନକୁ ଚିଠି େଲଖିଥିଲେ ଗଜପତି
ଏତେ ବିେରାଧ ପରେ ବି ଚୁପ୍ ବସିଛନ୍ତି ରାଜ୍ୟ ସରକାର

ସବୁଠାରୁ ବଡ଼ କଥା େହଉଛି, େଯଉଁ ୬୫ ମନ୍ଦିରରେ ଇସ୍କନ ରଥଯାତ୍ରା କରୁଛି େବାଲି ଇସ୍କନ କର୍ତୃପକ୍ଷ ନିେଜ ସ୍ବୀକାର କରିଛନ୍ତି, ସେସବୁ ସ୍ଥାନରେ ପୁରୀ ଢାଞ୍ଚାରେ ବା ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା କରାଯିବା େନଇ ଏଯାଏ େଘାଷଣା କରିନାହାନ୍ତି। ସେହିଭଳି ଲୁଧିଆନାର ‘ଜଗନ୍ନାଥ ରଥଯାତ୍ରା ମହୋତ୍ସବ କମିଟି’ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ପାଳନ କରିବାକୁ ଯାଉଥିବା ରଥଯାତ୍ରା ବନ୍ଦ େନଇ ଏଯାଏ କୌଣସି ନିଷ୍ପତ୍ତି େନଇନାହିଁ। ସାଧାରଣରେ କିନ୍ତୁ ଏହି ପ୍ରସଙ୍ଗରେ ଅସନ୍ତୋଷ ବଢିବାରେ ଲାଗିଛି। ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଏନେଇ ଆେଲାଚନା େହାଇଥିଲା। ରାଜ୍ୟ ସରକାର ଏେନଇ ପଦକ୍ଷେପ େନବା ଲାଗି ରାଜ୍ୟ ସରକାରଙ୍କୁ ପରିଚାଳନା କମିଟି ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ବିେଜଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ। କହିଥିଲେ, ରାଜ୍ୟ ସରକାର ପଞ୍ଜାବ ସରକାରଙ୍କୁ ଚିଠି େଲଖି ପ୍ରତିବାଦ ଜଣାଇବା ଦରକାର।

ଏହି ଘଟଣା େନଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ସହିତ ବିଭିନ୍ନ ସଂସ୍ଥା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏତେ ସବୁ ପରେ ବି କିନ୍ତୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏଯାଏ ଚୁପ ବସିଛନ୍ତି। ନା ଇସ୍କନକୁ ଚିଠି େଲଖୁଛନ୍ତି ନା ପଞ୍ଜାବ ସରକାରଙ୍କୁ। ଏମିତି ସ୍ଥିତିରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଆଜି ପୁଣି ପ୍ରତିକ୍ରିୟା ପ୍ରକାଶ କରିଛି। ପରିଷଦର ସଭାପତି େଗାପୀନାଥ ମହାନ୍ତି କହିଛନ୍ତି, ଓଡ଼ିଆଙ୍କ ସ୍ବର ଶାଣିତ େହଲା େବାଲି ଲୁଧିଆନା ଇସ୍କନ କର୍ତୃପକ୍ଷ ତାଙ୍କ ନିଷ୍ପତ୍ତିରୁ ଓହରିଲେ। ଗତବର୍ଷ ମଧ୍ୟ ସେମାନେ ଏପରି କାର୍ଯ୍ୟକ୍ରମକୁ ଏଡାଇବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ସତ୍ତ୍ବେ ଚଳିତବର୍ଷ ପୁଣି ରଥଯାତ୍ରା ପାଇଁ ସ୍ଥିର କଲେ। ଅନ୍ୟ ରାଜ୍ୟରେ ଇସ୍କନ ସଂସ୍ଥା ଅସମୟରେ ଓ ଅତିଥିରେ ରଥଯାତ୍ରା କରୁଛନ୍ତି। ସେ ବିଷୟରେ ଜାଣିବା ସମ୍ଭବ ନୁହେଁ। ଏଣୁ ଇସ୍କନ ମୁଖ୍ୟ କାର୍ଯ୍ୟାଳୟ ଏ ସଂପର୍କରେ ଏକ ନିର୍ଦେଶନାମା ଜାରି କରିବା ନିହାତି ଆବଶ୍ୟକ। ସେହିଭଳି ସତୀଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ େବସରକାରୀ ସଂସ୍ଥା ୨୯ ତାରିଖରେ କରୁଥିବା ରଥଯାତ୍ରା ବନ୍ଦ େହବା ଉପରେ ମଧ୍ୟ ପରିଷଦ ଗୁରୁତ୍ବଆେରାପ କରିଛି।

ସମ୍ବନ୍ଧିତ ଖବର