ଜୁଆ ଖେଳିବା କାଳ ହେଲା, ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ

ବାଲିମେଳା: ମାଲକାନଗିରିର ବାଲିମେଳାରେ ଏକ ଅଭାବନୀୟ ଘଟଣା ଘଟିଛି | ଜୁଆ ଖେଳୁଥିବା ସ୍ଥାନରୁ ଅଳ୍ପ ଦୂରରେ ଥିବା ଚିତାପାରି ନଦୀରେ ବୁଡ଼ି ଜଣେ ଜୁଆଡିଙ୍କର ମୃତ୍ୟୁ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଚିତାପାରି ନଦୀ କୂଳରେ ଶୁକ୍ରବାର ଅପରାହ୍ନ ୪ଟା ବେଳେ ୪ ଜଣ ବ୍ୟକ୍ତି ବସି ଜୁଆ ଖେଳୁଥିଲେ | ଏହି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସକୁ ଦେଖି ୪ ଜଣ ଜୁଆଡି ନଦୀକୁ ଡେଇଁ ପଡ଼ିଥିଲେ | ତେବେ ୩ ଜଣ ନଦୀରେ ପହଁରି ପହଁରି ପଳାଇଯାଇଥିବାବେଳେ ଜଣେ ନଦୀ ଗର୍ଭରେ ରହିଯାଇଥିଲେ | ଆଉ ତାଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲା |

ତେବେ ଗତକାଲି ରାତିରେ ଖୋଜାଖୋଜି କରିବା ପରେ ବି ଖୋଜ ଖବର ମିଳିନଥିଲା | ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି | ମୃତକଙ୍କ ନାମ ବିନୋଦ ଚେମୁଡୁ | ବିନୋଦଙ୍କର ବୟସ ୩୦ ବର୍ଷ ହୋଇଥିବାବେଳେ ପରିବାରଲୋକ ଅଭିଯୋଗ କରିଛନ୍ତି ଯେ ପୋଲିସର ଧରପଗଡ଼ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି| ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି |

ସମ୍ବନ୍ଧିତ ଖବର