ଗାନ୍ଧୀଜୀଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷେ ସମୀକ୍ଷା ବୈଠକ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କରିଥଲୋ ଗାନ୍ଧୀଙ୍କ ଜନ୍ମର ୧୫୦ତମ ଜୟନ୍ତୀ ସମାରୋହ ୨୦୧୮ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ୨୦୧୯ ଅକ୍ଟୋବର ୨ ତାରିଖରେ ଶେଷ ହେବା ଏଥି ପାଇଁ ପ୍ରତ୍ୟେକ ରାଜ୍ୟ ସରକାର ଏହାକୁ ପାଳନ କରିବେ ଓ ଅନ୍ତର୍ଜାତୀୟ ସ୍ତରରେ ପାଳିତ ହେବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛନ୍ତିା ସେହି ହେତୁ ଶନିବାର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉପସ୍ଥିତ ଥଲୋ

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ଉପରୋକ୍ତ ତିନିଗୋଟି ବିଭାଗର ବରିଷ୍ଠ ପଦାଧକାରୀ ଉପସ୍ଥିତ ଥଲୋ

ବୈଠକରୁ ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଯେଉଁ ରାଜ୍ୟସ୍ତରୀୟ କମିଟି ଓ ଏହା ଅନ୍ତର୍ଗତ ସବ୍‌କମିଟି ଗଠନ କରାଯାଇଥଲା, ସେହି ସବ୍‌କମିଟିଗୁଡ଼ିକ କିପରି ତ୍ୱରାନ୍ଵିତ ବେଗରେ କାମ କରିବେ ସେଥପାଇଁ ବିହିତ ପଦକ୍ଷେପ ନିଆଯିବା ଗାନ୍ଧୀ ଜୟନ୍ତୀ ପାଳନ ଆଉ ଖୁବ୍‌ କମ ଦିନ ରହୁଥବାରୁ ଆବଶ୍ୟକ ସ୍ଥଳେ ଏହାର ପୁନର୍ଗଠନ ହୋଇପାରୋ ଦ୍ୱିତୀୟତଃ ଓଡ଼ିଶାକୁ ଗାନ୍ଧିଜୀ ଯେତେଥର ଆସିଛନ୍ତି ଓ ଯେଉଁ ଯେଉଁ ସ୍ଥାନରେ ରହଣି କରିଛନ୍ତି ସେଠାରେ ସଂପୃକ୍ତ ଜିଲ୍ଲାପାଳ ଓ ସଂସ୍କୃତି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଉତ୍ସବ ପାଳନ କରାଯିବା ଯେପରିକି ସ୍ୱରାଜ ଆଶ୍ରମ, ସତ୍ୟଭାମାପୁର, ତେଲେଙ୍ଗାପେଣ୍ଠ, ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର, ବେରବୋଇଠାରେ ଉତ୍ସବ ପାଳନ କରାଯିବା ଗାନ୍ଧିଙ୍କ ରହଣି ସ୍ଥାନ ଓ ପରିଦର୍ଶନ କରିଥବା ବିଭିନ୍ନ ସ୍ଥାନକୁ ନେଇ ପର୍ଯ୍ୟଟନ ବିଭାଗ ସର୍କିଟ ଡେଷ୍ଟିନେସନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛିା

ସମ୍ବନ୍ଧିତ ଖବର