ପୁରୀରେ ଧାଡ଼ି ଦର୍ଶନ ପାଇଁ ସରକାର ଉଚିତ୍‌ ପଦକ୍ଷେପ ନେବା ଜରୁରୀ: ଶଙ୍କରାଚାର୍ଯ୍ୟ

କୋଲକାତା: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ସରକାର ଉଚିତ୍‌ ପଦକ୍ଷେପ ନେବା ଜରୁରୀ ବୋଲି ଶଙ୍କରାଚାର୍ଯ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି। ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ସନାତନ ଧର୍ମର ସୁରକ୍ଷା ପାଇଁ ଶାସନ ତନ୍ତ୍ର ପଦକ୍ଷେପ ନେବା ଉଚିତ୍‌। ପଶ୍ଚିମବଙ୍ଗର ପ୍ରସିଦ୍ଧ ଗଙ୍ଗାସାଗର ମେଳାରେ ଯୋଗଦେଇ ଶଙ୍କରାଚାର୍ଯ୍ୟ ବିଭିନ୍ନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଜଗତଗୁରୁ ଶଙ୍କରାଚାର୍ଯ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ମଧ୍ୟ ନିଜର ମତାମତ ରଖିଛନ୍ତି। ସେ କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କ ମତ ନିଆଗଲେ ଅଯୋଧ୍ୟା ମାମଲାର ସମାଧାନ ହୋଇ ପାରିବ।

ସୂଚନାଯୋଗ୍ୟ ଗଙ୍ଗାସାଗର ମେଳା ହେଉଛି ଭାରତର ଅନ୍ୟତମ ବୃହତ୍ତମ ମେଳା। ଏହି ମେଳା ରବିବାର ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ୧୫ ପର୍ଯ୍ୟନ୍ତ ଚାଲିବ। ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ମେଳା ଅବସରରେ ଗଙ୍ଗାରେ ସ୍ନାନ କଲେ ସମସ୍ତ ପାପ ଧୋଇ ହୋଇଯାଇଥାଏ।

ସମ୍ବନ୍ଧିତ ଖବର