ଜଗତସିଂହପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଗଣଦୁଷ୍କର୍ମ, ଦୁଇ ଅଭିଯୁକ୍ତ ଫେରାର୍

ପାରାଦୀପ: ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ ଜଗତସିଂହପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଲିକୁଦା ବନ୍ଦର ଥାନା ଅଧୀନସ୍ଥ ମରିଚିପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି। ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ଯୁବତୀ ସିଲେଇ କରିବା ପାଇଁ ମରିଚିପୁରବଜାରକୁ ଆସିଥିଲେ। ସେ କାମ ସାରି ନିଜ ଘରକୁ ଫେରୁଥିଲେ। ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଦୁଇ ଜଣ ଯୁବକ ଜୋରଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଛନ୍ତି।

ଏ ନେଇ ଯୁବତୀଙ୍କ ମା’ ଆଜି ସକାଳେ ବାଲିକୁଦା ବନ୍ଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୁଷ୍କର୍ମ କରିଥିବା ଦୁଇ ଯୁବକଙ୍କ ପରିଚୟ ମିଳିଛି। ସେଦୁହେଁ ହେଲେ ଜିତୁନି ବେହେରା ଓ ତା ସାଙ୍ଗ । ସାଙ୍ଗ ଜଣକ ଅସ୍ତରଙ୍ଗ ଅଞ୍ଚଳର ଜଣେ ବୋଲି ଜଣାପଡ଼ିଛି। ପୁଲିସ୍ ଉଭୟଙ୍କୁ ଧରିବା ଲାଗି ତନାଘନା ଚଳାଇଥିବା ବେଳେ ଦୁଇଜଣ ଯାକ ବର୍ତ୍ତମାନ ଫେରାର ଥିବା କୁହାଯାଉଛି। ଏହି ଘଟଣା ଏବେ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର