ଅପହରଣ ମାମଲାରେ ଟିଟୋକୁ ଜେରା

ସହଯୋଗୀ କୋର୍ଟରେ ହାଜର

କେନ୍ଦ୍ରାପଡ଼ା : ଠିକାଦାର ଶିବ ପ୍ରସାଦ ପରିଡ଼ାଙ୍କୁ ଅପହରଣ କରି ଦାଦା ବଟି ଆଦାୟ ଘଟଣାରେ ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ ସୟଦ୍‌ ଉସମାନ୍‌ ଅଲ୍ଲୀକୁ କେନ୍ଦ୍ରାପଡ଼ା ପୁଲିସ୍‌ ଜେରା କରିଛି। ୨୦୧୭, ସେପ୍ଟେମ୍ବର ୯ ତାରିଖରେ ଠିକାଦାର ଶିବ ପ୍ରସାଦ ପରିଡ଼ାଙ୍କୁ ଘରୁ ଅପହରଣ କରି ନିଆଯାଇଥିଲା। ଏ ନେଇ ଥାନାରେ କୌଣସି ଏତଲା ନହେବାରୁ ଘଟଣା ରହସ୍ୟାବୃତ୍ତ ହୋଇ ରହିଥିଲା। ଏବେ କିନ୍ତୁ ଟିଟୋ ଗିରଫ ହେବା ପରେ ତା’ ବିରୋଧରେ ଏକ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ, କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟିମ୍‌ ଟିଟୋ ସହଯୋଗୀ କମଳାକାନ୍ତ ଚଇନିଙ୍କୁ କେନ୍ଦ୍ରାପଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଇଥିଲା। ଜାମିନ ଆବେଦନ ନାମଞ୍ଜୁର କମଳାକାନ୍ତଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର