ଟିଟୋ ସହଯୋଗୀ ଗଲା ଜେଲ୍‌

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଓରଫ ଭବାନୀଶଙ୍କର ସାହୁକୁ ଆଜି କୋର୍ଟଚାଲାଣ କରାଯାଇଛି। ଏନ୍‌କାଉଣ୍ଟରରେ ଆହତ ହୋଇ ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲା। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ତାକୁ ଆଜି ସନ୍ଧ୍ୟାରେ ଟାଉନ ଥାନା ପୁଲିସ କେନ୍ଦ୍ରାପଡା ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା। କୋର୍ଟ ବାବୁର ଜାମିନ ଆବେଦନ ନାମଞ୍ଜୁର କରିବାରୁ ତାକୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି। ଗତ ରବିବାର ରାତି ପ୍ରାୟ ସାଢେ ୩ଟାରେ ବାଇକରେ ଘରକୁ ଫେରୁଥିବା ବେଳେ ପୁଲିସ ବାବୁକୁ ଏନ୍‌କାଉଣ୍ଟର କରିଥିଲା।

ସମ୍ବନ୍ଧିତ ଖବର