ଟିଟୋ ଘରୁ ଜବତ ବନ୍ଧୁକ, ଗୁଳି ପଠାଗଲା ଫରେନ୍‌ସିକ ଲ୍ୟାବ୍‌

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଘରୁ ଗତ ଜୁନ ୩୦ତାରିଖରେ ଜବତ ହୋଇଥିବା ବନ୍ଧୁକ ଓ ଗୁଳିକୁ ପରୀକ୍ଷା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଫରେନସିକ ଲାବୋରେଟାରୀକୁ ପଠାଯାଇଛି।

କ୍ରାଇମବ୍ରାଞ୍ଚ ଏସଟିଏଫ୍‌  ଟିମ୍‌ ଗତ ଜୁନ ୩୦ତାରିଖରେ ଟିଟୋକୁ ତା’ର କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ଦିଲାରପୁରସ୍ଥିତ ଘରୁ ଗିରଫ କରିଥିଲା। ଏହି ସମୟରେ ସେଠାରୁ ଦୁଇଟି ବନ୍ଧୁକ ଓ ୫ଟି ଗୁଳି ଜବତ କରାଯାଇଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା(୬/୧୮) ରୁଜୁ କରାଯାଇଥିଲା। ଉକ୍ତ ବନ୍ଧୁକ ଓ ଗୁଳିକୁ ପରୀକ୍ଷା ନିମନ୍ତେ ଅନୁମତି ପ୍ରଦାନ ପାଇଁ ଏସଟିଏଫ୍‌ ପକ୍ଷରୁ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଆବେଦନ ମଞ୍ଜୁର କରିବା ପରେ ଆଜି ଏସଟିଏଫ୍‌ର ଡିଏସ୍‌ପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ କର୍ମଚାରୀମାନେ ଉକ୍ତ ବନ୍ଧୁକ ଓ ଗୁଳିକୁ ଭୁବନେଶ୍ୱର ପଠାଯାଇଛି।

ସମ୍ବନ୍ଧିତ ଖବର