ଗଜପତିରୁ ଗୁଜୁରାଟ ଗ˚ଜେଇ ଚାଲାଣ : ୬ ଲକ୍ଷର ଅବକାରୀ ସାମଗ୍ରୀ ଜବତ

0

କଟକ : ଗଜପତିରୁ ଗୁଜୁରାଟ ଗଞ୍ଜେଇ ଚାଲାଣ କରୁଥିବା ରୢାକେଟ୍‌ର ପର୍ଦ୍ଦାଫାସ କରିଛି ରାଜ୍ୟ ଫ୍ଲାଇ˚ ସ୍କ୍ବାଡ୍‌। ଗଞ୍ଜେଇ କାରବାରରେ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଦ୍ବୟ ଜଗନ୍ନାଥ ରାମ(୪୦) ଏବ˚ ସରୋଜ ବେହେରା(୨୫)। ସେମାନଙ୍କ ନିକଟରୁ ମୋଟ ଅଢେ଼ଇ ଲକ୍ଷ ଟଙ୍କାର ୪୩ କେଜି ଗଞ୍ଜେଇ ଜବତ କରାଯାଇଛି। ଜଗନ୍ନାଥ ୨୧ କେଜି ଗଞ୍ଜେଇ ଗଜପତିରୁ ଗୁଜୁରାଟ ଚାଲାଣ କରୁଥିଲା। ସେହିପରି ବାଲେଶ୍ବର-ଭଦ୍ରକ ସୀମାରେ ୩ ଲକ୍ଷ ଟଙ୍କାର ମଦ ଏବ˚ ଓମିନି କାର‌୍‌(ଓଆର‌୍‌ ୦୨ ଏଚ୍‌ ୮୬୧୭) ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଦ୍ବୟ ଭଦ୍ରକର ରଞ୍ଜିତ ମଣ୍ତଳ(୨୫) ଏବ˚ ନାଥସାହିର ଜଗଦିଶ ବିଶ୍ବାଳ(୨୨)।

ସୂଚନା ଅନୁଯାୟୀ, ଇଞ୍ଜିନିୟରି˚ ଛାତ୍ର ସରୋଜ ବେହେରା ୨୨ କେଜି ଗଞ୍ଜେଇ କନ୍ଧମାଳରୁ ଆଣି କଟକ ଲିଙ୍କରୋଡ୍‌ରେ ପହଞ୍ଚିଥିଲା। ସେଠାରୁ ଅଟୋରେ ଚାଉଳିଆଗଞ୍ଜ ଗାନ୍ଧୀପଲ୍ଲୀ ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲା। ସେହିପରି ଜଗନ୍ନାଥ ଗଜପତିରୁ ୨୧ କେଜି ଓଜନର ଗଞ୍ଜେଇ ବସ୍‌ରେ ଧରି କଟକ ଆସିଥିଲା। କଟକରେ ପହଞ୍ଚିବା ପରେ ଲିଙ୍କରୋଡରେ ଓହ୍ଲାଇ କଟକ ରେଳ ଷ୍ଟେସନ ଯାଇଥିଲା। ସେଠାରୁ ଗୁୁଜୁରାଟ ଯିବାକୁ ଯୋଜନା କରୁଥିବା ବେଳେ ରାଜ୍ୟ ଫ୍ଲାଇ˚ ସ୍କ୍ବାଡ୍‌ ହାତରେ ଧରାପଡ଼ିଥିଲା। ଏହି ଚଢ଼ଉରେ ଡିଏସ୍‌ପି ପ୍ରଦୀପ୍ତ କୁମାର ଦାସ ଏବ˚ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜଙ୍କ ନେତୃତ୍ବରେ ପ୍ରମୋଦ କୁମାର ପଣ୍ତା, କାଳନ୍ଦୀ ବେହେରା, କମଳ ଲୋଚନ ପାଇକରାୟ ଏବ˚ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.