୯୧ କିଲୋ ଗଂଜେଇ ଜବତ, ୪ ଗିରଫ

ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଗଂଜେଇ ଚାଲାଣ କରୁଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ମୋଟ ୯୧କିଲୋ ୧୫୦ ଗ୍ରାମ ଗଂଜେଇ ଜବତ ହୋଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ରାମ ସୁବ୍ରମନ୍ୟମ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ବାଉଁଶୁଣି ଥାନା ଅନ୍ତର୍ଗତ ବହିରା- ଖଜୁରୀପଡା ରାସ୍ତା ଡୁମଡୁମା ନିଟସ୍ଥ ଏକ ଦେବୀ ମନ୍ଦିର ନିକଟରେ ଚଢ଼ଉ କରାଯାଇଥିଲା। ୩ଟି ବାଇକ୍ (ଓଡି ୩୧ ବି ୫୪୯୯), (ଓଡି ୩୧ ବି ୯୦୫୯) ଏବଂ (ଓଡି ୩୧ ଏ ୫୮୦୯)ରେ ଗଂଜେଇ ଚାଲାଣ ହେଉଥିବା ବେଳେ ଧରାଯାଇଥିଲା। ପୁଲିସ ଗଂଜେଇ ଭର୍ତ୍ତି ବସ୍ତା ଓ ଗାଡ଼ିଗୁଡ଼ିକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଅଭିଯୁକ୍ତ ଜୁରାମୁଣ୍ଡା ଗାଁର ଅଶ୍ବିନୀ ପ୍ରଧାନ(୩୭), ନିରୋଦ ପ୍ରଧାନ(୨୩), ରମଣୀ ପ୍ରଧାନ(୪୦) ଏବଂ ମସ୍ତମପୁର ଗାଁର କେଦାରଗୌରୀ ମେହେର(୩୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନାରେ ଏକ ଅବକାରୀ ମାମଲା ୫୭/୧୯ ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର