୧୦ କୋଟି ଟଙ୍କାର ଗଂଜେଇ ଗଛ ପୋଡ଼ାଗଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ପୁଲିସ ପକ୍ଷରୁ ଆଜି ଚଢ଼ାଉ କରାଯାଇ ୧୦ କୋଟି ଟଂକାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି। ବାଲିମେଳା ଥାନା ଅନ୍ତର୍ଗତ କୋଣ୍ଡେଲ ଗ୍ରାମ ନିକଟସ୍ଥ ପାହାଡ ତଳେ ଗଂଜେଇ ଚାଷ କରଯାଇଥିବା ଖବର ପାଇ ଆଇଆଇସି ସୁମିତ୍ରା ଜେନାଙ୍କ ନେତୃତ୍ୱରେ ପୁଲିସ ସେଠାକୁ ଯାଇଥିଲା। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ଚଢ଼ାଉ କରାଯାଇଥିଲା। ପୁଲିସ କର୍ମଚାରୀମାନେ ପ୍ରାୟ ୨୩ ଏକର ଜମିରେ ଥିବା ପ୍ରାୟ ୯୬ ହଜାର ଗଂଜେଇ ଗଛକୁ ଉପାଡି ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏହି ଗଂଜେଇର ଆନୁମାନିକ ମୂଲ୍ୟ ୧୦କୋଟିରୁ ଊର୍ଧ୍ୱ ଟଙ୍କା ହେବ।

ସମ୍ବନ୍ଧିତ ଖବର