ଗଞ୍ଜାମ ଜିଲ୍ଲାରେ ସାର, ବିହନ, ଋଣ ଯୋଗାଣରେ ଅବହେଳା : ୨ ସୋସାଇଟି ସମ୍ପାଦକ ନିଲମ୍ବିତ, ୬ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ବ୍ରହ୍ମପୁର : କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଅଛି। ଏହାର ପ୍ରଭାବରେ କୃଷି, ଶିଳ୍ପ, ବାଣିଜ୍ୟ ସବୁକ୍ଷେତ୍ର ପ୍ରଭାବିତ ହୋଇଛି। କୃଷି କ୍ଷେତ୍ର ପ୍ରାଧାନ୍ୟ ଦେଇ କୃଷି ଋଣ, ବିହନ ଓ ସାର ଠିକଣା ସମୟରେ ଯୋଗାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ କିଛି ସୋସାଇଟିରେ ଏ ଯାଏ ସାର ଓ ବହିନ ପହଞ୍ଚି ନ ଥିବା ବେଳେ କିଛି କାର୍ଯ୍ୟରେ ଅବହେଳା କରି ଚାଷୀଙ୍କୁ ସହଯୋଗ କରୁ ନ ଥିବା ଅଭିଯୋଗ ହେଉଛି।

ଜେଏଲ୍‌ଜି ଋଣ ପ୍ରଦାନରେ ଅବହେଳା ଏବଂ ବିହନ ଓ ସାର ଯୋଗାଣ ସହଯୋଗ କରୁ ନ ଥିବା ଅଭିଯୋଗରେ ୨ ସୋସାଇଟି ସମ୍ପାଦକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରା ଯାଇଥିବା ବେଳେ ୮ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରା ଯାଇଥିବା ସୂଚନା ମିଳିଛି। କାଣ୍ଡସର ସମବାୟ ସମିତିର ସମ୍ପାଦକ ଏସ୍‌.ରାଜା ରାଓ ଏବଂ ବଡ଼ ଡ଼ୁମୁଳା ସମବାୟ ସମିତିର ସମ୍ପାଦକ ଶେଷକାନ୍ତ ଜାନୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଟି.ଗୋବିନ୍ଦପୁର, ପୁରୁଣାଗଡ଼, କୁଶପଡ଼ା, କୁମାରଗଡ଼, ଗୁରୁଣ୍ଠି ଓ ମହୁରୀକାଳୁଆ ସୋସଇଟି ସମ୍ପାଦକଙ୍କୁ କାରଣ ଦର୍ଶାଅ ‌ନୋଟିସ୍‌ ଜାରି ହୋଇଛି। ସେମାନଙ୍କ ବିରୋଧ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରା ନ ଯିବ ତାହାର ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବ୍ରହ୍ମପୁର ସର୍କଲ ସମବାୟ ସମିତି ସମୂହର ଉପ ନିବନ୍ଧକ ଶିବପ୍ରସାଦ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର