ଜେଏମ୍ଏମକୁ ଫେରିଲେ ଜର୍ଜ ତିର୍କୀ

ଭୁବନେଶ୍ୱର: ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ପୁଣି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ଦଳକୁ ଫେରିଛନ୍ତି। ଆଜି ବିଧୟକ ଶ୍ରୀ ତୀର୍କି ନିଜ ସମର୍ଥକମାନଙ୍କ ସହିତ ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଦଳରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ୧୯୯୫ ଓ ୨୦୦୦ ମସିହାରେ ଜର୍ଜ ତିର୍କୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକେଟରେ ବୀରମିତ୍ରପୁର ଆସନରୁ ଦୁଇ ଥର ପାଇଁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ପରେ ତାଙ୍କର ଦଳୀୟ କର୍ତ୍ତୃପକ୍ଷଙ୍କ ସହିତ ସମ୍ପର୍କ ଖରାପ ହେବାରୁ ସେ ଦଳ ତ୍ୟାଗ କରି ସ୍ୱାଧୀନଭାବେ ଏଠାରୁ ଲଢ଼ି ନିର୍ବାଚନ ହାରି ଯାଇଥିଲେ। ପରେ ସେ ସମତା କ୍ରାନ୍ତି ଦଳ ଗଢ଼ି ୨୦୧୪ ମସିହାରେ ପୁଣି ବିଧାୟକ ଭାବେ ବୀରମିତ୍ରପୁର ନିର୍ବାଚନମଣ୍ଡଳିରୁ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର