ଦୁର୍ଘଟଣାରେ ଘସିପୁରା ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ

ଆନନ୍ଦପୁର : ଆନ୍ଧପ୍ରଦେଶରେ ସଡ଼କ ଦୁର୍ଘଟଣାରେ ଘସିପୁରାର ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୁକୁମାର ପୁହାଣ(୪୫)ଙ୍କର ମୃତ୍ୟୁ ହୋଇଛି। ଆଜି ଅପରାହ୍‌ଣ ୪ଟାବେଳେ ସେ ନିଜ କାରରେ ଯାଉଥିବାବେଳେ ଆନ୍ଧ୍ରର ଓଙ୍ଗଲ ନିକଟରେ ଏକ ଟ୍ରକ ପଛରେ ବାଡ଼େଇ ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେ ଏକ ଇଂଜିନିୟରିଂ କଲେଜରେ ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ହାଟଡିହି ବ୍ଳକ ବେଲମଳା ଗ୍ରାମରେ। ସେ ଚାରିଦିନ ତଳେ ଘରକୁ ଆସିଥିଲେ। ତାଙ୍କର ଦୁର୍ଘଟଣା ଖବରପାଇ ପରିବାର ଲୋକ ଓଙ୍ଗଲ ଯାଇଛନ୍ତି।

ସମ୍ବନ୍ଧିତ ଖବର