ନିଆଁ ପୁଇଁବା ବେଳେ ବାଳିକା ଜୀବନ୍ତ ଦଗ୍ଧ

ବାଲିଗୁଡ଼ା/ତୁମୁଡ଼ିବନ୍ଧ : ଶୀତ ଆସୁ ଆସୁ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗିଡୁବାଡ଼ି ଗ୍ରାମରେ ଘଟିଛି ଅଘଟଣ। ଶୀତରୁ ରକ୍ଷା ପାଇବା ପାଇଁ ଚୁଲି ମୁଣ୍ଡରେ ନିଆଁ ପୁଇଁ ହେଉଥିବା ଜଣେ ୫ ବର୍ଷୀୟ ବାପଛେଉଣ୍ଡ ବାଳିକା ଜିଅନ୍ତା ପୋଡ଼ିହୋଇଯାଇଛି। ବାଳିକାର ନାମ ସଂଗୀତା ପ୍ରଧାନ। ନିଆଁ ପୁଇଁ ହେଉଥିବା ବେଳେ ନିଦରେ ଢୁଳାଇ ପଡ଼ିବାରୁ ଅଜାଣତରେ ତା’ ସ୍କାର୍ଫରେ ନିଆଁ ଧରିଥିଲା। ପରେ ଶରୀରକୁ ବ୍ୟାପି ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲାା ସେଠାରେ ସେ ରାତି ୮ଟା ବେଳେ ପ୍ରାଣ ହରାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର