ମାଟ୍ରିକ ପରୀକ୍ଷାରେ ଫେଲ୍‌ ହେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ଟାଙ୍ଗି : ମାଟ୍ରିକ ପରୀକ୍ଷାରେ ଫେଲ୍‌ ହେବାରୁ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଟାଙ୍ଗି ଅଞ୍ଚଳରେ ଘଟିଛି। ଆତ୍ମହତ୍ୟା କରିଥିବା ଛାତ୍ରୀଜଣକ ହେଲେ ଟାଙ୍ଗି ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର ବିରୋଳ-ତେରୁହାଁ ଗାଁ’ର ସ୍ୱର୍ଗତ ବାବାଜୀ ହାତୀଙ୍କ ସାନଝିଅ ପ୍ରଣତୀ ହାତୀ (୧୫)। ପ୍ରଣତି ସ୍ଥାନୀୟ ବିରୋଳ ହାଇସ୍କୁଲରେ ଏହି ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ଆଜି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରଣତୀ ପରୀକ୍ଷାରେ ଫେଲ ହୋଇଯାଇଥିଲେ।

ପରୀକ୍ଷାରେ ଫେଲ୍‌ ହେବାରୁ ମାନସିକସ୍ତରରେ ଭାଙ୍ଗି ପଡିଥିଲେ ପ୍ରଣତୀ। ଆଜି ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ଏକ କୋଠରୀରେ ଫ୍ୟାନ୍‌ରେ ଲୁଗା ବାନ୍ଧି ଝୁଲିପଡ଼ିଥିଲେ। ଝୁଲୁଥିବା ଅବସ୍ଥାରେ ତାଙ୍କୁ ନିଜର ମା ଓ ପଡ଼ୋଶୀମାନେ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଙ୍ଗି ପୋଲିସ ପ୍ରଣତୀଙ୍କ ଘରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର