ମା’ ତାଗିଦ୍‌ କରିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ବଡ଼ବିଲ : ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରିବାରେ ବିଳମ୍ବ ଯୋଗୁ ମା’ ତାଗିଦ୍‌ କରିବାରୁ ବଡ଼ବିଲ ଥାନା କାରାଖେଣ୍ଡରା ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଓଢଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣକ ହେଲେ ବିଜୟ ନାଏକଙ୍କ ଝିଅ ରଜନୀ। ଗଣେଶ ପୂଜା ଅବସରରେ ଗତକାଲି କାରାଖେଣ୍ଡରା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା। ରଜନୀ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ମା’ କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ଝିଅକୁ ଘରକୁ ଡ଼ାକି ଆଣିବା ସହ ତାଗିଦ୍‌ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ରଜନୀ ନିଜ ଶୋଇବା ଘର ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। ସକାଳୁ ଝରକା ଫାଙ୍କରେ ରଜନୀଙ୍କୁ ଝୁଲନ୍ତା ଅବସ୍ଥା ଦେଖିବାକୁ ପାଇଥିଲେ ମା’। ତୁରନ୍ତ ତାଙ୍କୁ ବଡ଼ବିଲ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ରଜନୀଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ବଡ଼ବିଲ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର