ପୁଲିସ ସ୍କାନର‌୍‌ରେ ମାନବ ଚାଲାଣକାରୀ : ଯୁବତୀଙ୍କ ପାସ୍‌ପୋର୍ଟ ଯାଞ୍ଚ କଡ଼ାକଡ଼ି

ପ୍ରମାଣ ମିଳିଲେ ଜାଲ୍‌ ସ˚ସ୍ଥାକୁ ଜେଲ୍‌, ଦଲାଲାଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବ ଥାନା, ଜିଲ୍ଲା ପୁଲିସକୁ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ନିର୍ଦ୍ଦେଶ

କଟକ : ଏଣିକି ଯୁବତୀଙ୍କ ବିଦେଶ ଗସ୍ତ ପାଇଁ ପାସ୍‌ପୋର୍ଟ ଯାଞ୍ଚ କଡ଼ାକଡ଼ି ହେବ। ବିଦେଶ ଗସ୍ତର କାରଣ ଯାଞ୍ଚ କରିବ ସ୍ଥାନୀୟ ପୁଲିସ। ଗସ୍ତ ପଛରେ କୌଣସି ବେଆଇନ ଚାଲାଣକାରୀ ସ˚ସ୍ଥାର ସମ୍ପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯୁବତୀଙ୍କୁ ନିଯୁକ୍ତି, ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ବେଶ୍ୟା ବୃତ୍ତିରେ ନିୟୋଜିତ କରିବାକୁ ବିଦେଶକୁ ଚାଲାଣ କରାଯାଉଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ଏଥିପାଇଁ ଜିଲ୍ଲା ଏସ୍‌ପି ଏବ˚ ଡିସିପିଙ୍କୁ ଚାଲାଣକାରୀ ସ˚ସ୍ଥା ବିରୋଧରେ ଆଭିମୁଖ୍ୟ କଠୋର କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଝାଡ଼ଖଣ୍ତରୁ ପ୍ରିତନିଧିତ୍ବ କରୁଥିବା ପାର୍ଲିଆମେଣ୍ଟର ସଦସ୍ୟ ଲକ୍ଷ୍ମଣ ଗିଲୁଵା ନିକଟରେ ବେଆଇନ ଯୁବତୀ ଚାଲାଣ ଭଳି ଏକ ସମ୍ବେଦନଶୀଳ ପ୍ରସ˚ଗ ଉଠାଇଥିଲେ। ଝାଡ଼ଖଣ୍ତରେ ବିଭିନ୍ନ ବେଆଇନ୍‌ ନିଯୁକ୍ତି ପ୍ରଦାନକାରୀ ସ˚ସ୍ଥା ପକ୍ଷରୁ ନିଯୁକ୍ତି ଲୋଭ ଦେଖାଇ ରାଜ୍ୟ ବାହାରକୁ ନିରୀହ ଯୁବତୀଙ୍କୁ ଚାଲାଣ କରାଯାଉଥିବା ଅଭିଯୋଗ କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ପ୍ରସ˚ଗକୁ ଗୁରୁତ୍ବର ସହିତ ଗ୍ରହଣ କରିଥିଲା। ଏ ସ˚କ୍ରାନ୍ତରେ ପ୍ରତ୍ୟେକ ରାଜ୍ୟ ପୁଲିସ ବିଭାଗକୁ ଏ ପ୍ରକାର ବେଆଇନ କାର୍ଯ୍ୟରେ ଲିପ୍ତ ସ˚ସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଓଡ଼ିଶାରେ ମଧ୍ୟ ଯୁବତୀ ଚାଲାଣ ସ୍ଥିତି ସ˚ଗୀନ ଥିବା କୁହାଯାଉଛି। ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମାଙ୍କ ପକ୍ଷରୁ ସ˚ସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜାରି କରାଯାଇଥିବା ୧୦ଟି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ଯୁବତୀଙ୍କୁ ନିଯୁକ୍ତି କିମ୍ବା ଚାକିରି ଲୋଭ ଦେଖାଇ ରାଜ୍ୟ ବାହାରକୁ ଚାଲାଣ କରୁଥିବା ସ˚ସ୍ଥାଗୁଡ଼ିକ ଚିହ୍ନଟ କରାଯିବ ସହ ସେମାନଙ୍କ ଉପରେ କଡ଼ା ନଜର ରଖାଯିବ। ଥାନା ଵାରୀ ନିଜ ଅଞ୍ଚଳରେ ଥିବା ବେଆଇନ ଚାଲାଣକାରୀଙ୍କ ଏକ ଡାଟା ବେସ୍‌ ପ୍ରସ୍ତୁତ କରାଯିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଶ୍ରମ ବିଭାଗ, ପର୍ଯ୍ୟଟନ ବିଭାଗ, ରେଳବାଇ ଏବ˚ ସ୍ବେଚ୍ଛାସେବୀ ସ˚ଗଠନ ପକ୍ଷରୁ ମିଳିତ ଭାବେ ଚାଲାଣ ରୋକିବାକୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଭାଗ ନିଜ ନିଜ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ଚାଲାଣକାରୀଙ୍କ ସମ୍ପର୍କିତ ତଥ୍ୟ ନିଜ ମଧ୍ୟରେ ଆଦାନ ପ୍ରଦାନ କରିବାକୁ କୁହାଯାଇଛି। ଏହି ସ˚ଗଠନଗୁଡ଼ିକ ଗ୍ରାମାଞ୍ଚଳରେ ସଚେତନା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜରୁରୀ। ରେଳ ଷ୍ଟେସନ୍‌, ବସ୍‌ ଷ୍ଟାଣ୍ତ, ହୋଟେଲ୍‌ ଏବ˚ ଗେଷ୍ଟ ହାଉସ୍‌ଗୁଡ଼ିକ ଉପରେ କଡ଼ା ନଜର ରଖିବା ସହିତ ଚାଲାଣକାରୀଙ୍କୁ ଚିହ୍ନଟ ଓ ପୀଡ଼ିତାଙ୍କୁ ଉଦ୍ଧାର କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ। ମାନବ ଚାଲାଣ ବିରୋଧରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଚାଲାଣକାରୀଙ୍କ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସ˚ଗ୍ରହ କରାଯାଇ ସ୍ଥାନୀୟ ଥାନା ପୁଲିସକୁ ଯୋଗାଇବେ। ବିନା ଲାଇସେନ୍ସରେ ଚାଲୁଥିବା ସ˚ସ୍ଥା ବିରୋଧରେ ଖବର ମିଳିଲେ, ତୁରନ୍ତ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର