ଫୁଲବାଣୀ : ଫୁଲବାଣୀ ବ୍ଳକ ରୁଜାଙ୍ଗିରେ ଅଭାବନୀୟ ଘଟଣା। ବୃଦ୍ଧ ବାପା ସାମ୍ନାରେ ପୋଖରୀ ବୁଡି ବଢିଲା ଝିଅର ଜୀବନ ଯାଇଛି। ଫିରିଙ୍ଗିଆ ବ୍ଳକ ସାଡିଙ୍ଗିଆର ସଦାଶିବ କହଁର(୭୫) ମାନସିକ ଦୋଷ ଥିବା ଝିଅ ଅନସୂୟା(୨୫)କୁ ଧରି ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଡାକ୍ତରଙ୍କୁ ଦେଖାଇ ସଦାଶିବ ଝିଅକୁ ଧରି ରୁଜାଙ୍ଗିର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। ଆଜି ଗାଁକୁ ଯିବାର ଥିଲା। ଖାଇ ପିଇ ଯିବାକୁ ବନ୍ଧୁ କହିବାରୁ ସଦାଶିବ ଝିଅ ଅନସୂୟାକୁ ଧରି ଆଲାମି ପଞ୍ଚାୟତ ପିଟାବାରି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସଦାଶିବଙ୍କ ଅଲକ୍ଷ୍ୟରେ ଅନସୂୟା ପୋଖରୀ ଭିତରେ ପଶି ଏକ କଇଁ ଫୁଲ ତୋଳିବାକୁ ଯାଇ ବୁଡି ଯାଇଥିଲା। ସଦାଶିବ ବହୁ ଚେଷ୍ଠା କରି ବି ତାକୁ ଉଦ୍ଧାର କରି ପାରି ନଥିଲେ। ସେଠାରୁ ସଦାଶିବ ବନ୍ଧୁଙ୍କ ଘରକୁ ଦୌଡି ଘଟଣା ସମ୍ପର୍କରେ କହିଥିଲେ। ବନ୍ଧୁ ଓ ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସୁଫଳ ନ ମିଳିବାରୁ ଶେଷରେ ଫୁଲବାଣୀ ଅଗ୍ନିଶମ ସଂସ୍ଥାର କର୍ମଚାରୀ ପହଞ୍ଚି ଅନସୂୟାକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାକୁ ନେଇ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଝିଅକୁ ହରାଇ ସଦାଶିବ ଭାଙ୍ଗି ପଡିଛନ୍ତି। କେଶ ନଂ ୧୬/୨୦୧୯ରେ ସଦର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଚେଷ୍ଟା କରି ବଞ୍ଚାଇ ପାରିଲେନି ବୃଦ୍ଧ ବାପା, ଆଖି ସାମ୍ନାରେ ପାଣିରେ ବୁଡିଗଲା ବଢ଼ିଲା ଝିଅ
/sambad/media/post_attachments/wp-content/uploads/2019/11/Girl-Death_thumb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)