ସୁପ୍ରିମ୍‌କୋର୍ଟର ପ୍ରାକ୍ତନ ବିଚାରପତିଙ୍କୁ ଜାନକୀବଲ୍ଲଭଙ୍କ ଜୀବନୀ ପୁସ୍ତକ ଉପହାର

କଟକ : ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମ୍‌ କୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ୍‌ ଜେ. ଚେଲାମେଶ୍ବରଙ୍କୁ ଆଜି କଟକଠାରେ ସାକ୍ଷାତ କରି ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ତାଙ୍କ ଲିଖିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୀବନ ପୁସ୍ତକର ଇଂରାଜୀ ଅନୁବାଦ ‘ଜେ.ବି. ପଟ୍ଟନାୟକ: ଦ ଲିଡର ଏକ୍ସଟ୍ରା ଅର୍ଡିନେୟାର୍‌’ ପ୍ରଦାନ କରିଛନ୍ତି। ପ୍ରକାଶଥାଉ କି, ଜାନକୀ ବଲ୍ଲଭ ପଟ୍ଟନାୟକ ୨୦୦୯ ମସିହା ଡିସେମ୍ବର ମାସରେ ଆସାମର ରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିବା ଅବସରରେ ଜଷ୍ଟିସ୍‌ ଚେଲାମେଶ୍ବର ଆସାମ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କୁ ଶପଥ ପାଠ କରାଇଥିଲେ। ଆଜି ପୂର୍ବାହ୍ନରେ ଏହି ସାକ୍ଷାତକାର ସମୟରେ ଡକ୍ଟର ଭୂୟାଁଙ୍କ ସହ ପୁସ୍ତକର ଇଂରାଜୀ ଅନୁବାଦକ ପ୍ରଫେସର ଡକ୍ଟର ବିଜୟ କୁମାର ନନ୍ଦ ଓ ଯୁବ ଆଇନଜୀବୀ ଇଂଜିନିୟର ଆକାଶ ଭୂୟାଁ ଉପସ୍ଥିତ ଥିଲେ। ୨୦୦୯ ମସିହାରେ ଆସାମ ରାଜ୍ୟପାଳଙ୍କ ଶପଥପାଠ ଉତ୍ସବର ସ୍ମୃତିଚାରଣ କରି ବିଚାରପତି ଶ୍ରୀ ଚେଲାମେଶ୍ବର ବେଶ୍‌ ଆନନ୍ଦ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର