ଖଣ୍ଡପଡ଼ା ଏନ୍‌ଏସି ଅନ୍ତର୍ଗତ ୧୨ ନମ୍ବର ଓ୍ଵାର୍ଡ ଗୋଳାପୋଖରୀ ଗାଁର ଦୁଃଖ ‘ସୁନାମୁହିଁ ନାଳ’

0 66

ଖଣ୍ଡପଡ଼ା : ଖଣ୍ଡପଡ଼ା ଏନ୍‌ଏସି ଅନ୍ତର୍ଗତ ୧୨ ନମ୍ବର ଓ୍ଵାର୍ଡ ଗୋଳାପୋଖରୀ ଗ୍ରାମରେ ମାଳୁଆ କନ୍ଧ ଆଦିବାସୀ ସମ୍ପ୍ରଦାୟର ଲୋକମାନେ କେଉଁ ଆଦିମ କାଳରୁ ରହି ଆସୁଛନ୍ତି। କିନ୍ତୁ ଏ ଅଂଚଳରେ ସର୍ବନିମ୍ନ ମୌଳିକ ସୁବିଧା ନାହିଁ। ଏ ପର୍ଯ୍ୟନ୍ତ ଗାଁକୁ ସବୁଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରିି ନାହିଁ। ବର୍ଷା ହେଲେ ଏହି ଅଂଚଳଟି ବାହ୍ୟ  ଜଗତରୁ ବିଚ୍ଛିନ୍ନ ହୋଇ ଯାଉଛି। ମୁଖ୍ୟ ରାସ୍ତାଠାରୁ ତିନି କିଲୋମିଟର ଦୂରରେ ରହୁଥିବା ଏହି ଅଞ୍ଚଳ ମଧ୍ୟରେ ସୁନାମୁହିଁ ନାଳ ଯାଇଛି। ସାପୁଆ ସଂରକ୍ଷିତ ଜଙ୍ଗଲ ଓ ନିକଟସ୍ଥ ପାହାଡ଼ରୁ ପାଣି ଆସିିଲେ ଏହି ନାଳ ରାସ୍ତା ଦେଇ ଯିବା ସମ୍ଭବପର ନୁହେଁ। ପାହାଡ଼ ଉପରୁ ପ୍ରବଳ ଜଳ ସ୍ରୋତ ଯୋଗୁଁ ରାସ୍ତା ଦେଇ ଯିବା ସମ୍ଭବ ହୋଇପାରେ ନାହିଁ।

ଗ୍ରାମକୁ ଯିବା ଆସିବା ସୁଗମ କରିବା ପାଇଁ ସୁନାମୁହିଁ ନାଳ ଉପରେ କଲଭର୍ଟ ନିର୍ମାଣ କରିବା ସହ ପକ୍କା ରାସ୍ତା ନିର୍ମାଣ କରିବାକୁ ଗୋଳାପୋଖରୀ ଗ୍ରାମବାସୀ ଦାବି କରି ଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇ ପାରୁନାହିଁ। ଖଣ୍ଡପଡ଼ା ଏନ୍‌ଏସି ମାନ୍ୟତା ପାଇବା ଆଜିକୁ ୨୮ବର୍ଷ ବିତିଥିଲେ ମଧ୍ୟ ଏଠି ସର୍ବନିମ୍ନ ମୌଳିକ ସୁବିଧା ନଥିବା ପରିତାପର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.