ଗିଟାର ଭିତରେ ୬୨ ଲକ୍ଷ ୩୪ ହଜାର ଟଙ୍କାର ସୁନା ନେଇ ଯାଉଥିବା ସମୟରେ ଧରାପଡ଼ିଲେ ଯାତ୍ରୀ

ଭୁବାନଶ୍ୱର: ସୋମବାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ହାତରେ ଜଣେ ଟ୍ରେନ୍‌ ଯାତ୍ରୀ ଧରାପଡ଼ିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶାଳୟ ଏହି ଯାତ୍ରୀଙ୍କଠାରୁ ଦୁଇ କେଜି ସୁନା ଜବତ କରିଛି। ଜବତ ହୋଇଥିବା ଏହି ସୁନା ମୂଲ୍ୟ ୬୨ ଲକ୍ଷ ୩୪ହଜାର ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ସୁନା ଗୌହାଟିରୁ ଚେନ୍ନାଇ ଯାଉଥିବା ଏକ୍ସପ୍ରେସରୁ ଜବତ ହୋଇଥିବା ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ।

ସୂଚନାଯୋଗ୍ୟ, ସୋମବାର ଜଣେ ଯାତ୍ରୀ ଗୌହାଟିରୁ ଚେନ୍ନାଇ ଏକ୍ସପ୍ରେସରେ ବସି ସୁନା ନେଇ ଯାଉଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ଯାତ୍ରୀଙ୍କ ଉପରେ ଆକସ୍ମିକ ଚଢ଼ାଉ କରି ଦୁଇ କେଜି ସୁନା ଜବତ କରିଛି ଗୁଇନ୍ଦା ନିର୍ଦ୍ଦେଶାଳୟ। ତେବେ ଏହି ଯାତ୍ରୀ ଜଣକ ଗିଟାର ଭିତରେ ୨କେଜି ସୁନାକୁ ଭର୍ତ୍ତି କରି ନେଇ ଯାଉଥିବା କଥା ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ। ଏହି ଯାତ୍ରୀ ଜଣକ କେଉଁଠାରୁ ଏହି ସୁନା ଆଣିଥିଲେ ଓ ତାଙ୍କ ନାମ କ’ଣ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲା।

ଆହୁରି ଖବର ଅପେକ୍ଷାରେ..

ସମ୍ବନ୍ଧିତ ଖବର