ଭୁବନେଶ୍ୱର : ଶ୍ରେଷ୍ଠ ଗୁଣବତ୍ତା, ପ୍ରଶିକ୍ଷଣ, ବ୍ୟବସାୟ, ଉନ୍ନତମାନର ଉତ୍ପାଦ, ସେବା ପ୍ରଦାନ କରୁଥିବା ରାଜ୍ୟର ବିଭିନ୍ନ ସରକାରୀ, ଘରୋଇ, କର୍ପୋରେଟ୍, ଶିଳ୍ପାନୁଷ୍ଠାନ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂସ୍ଥାମାନେ ଗୋଲ୍ଡେନ୍ ପିକକ୍ ପୁରସ୍କାର ନିମନ୍ତେ ଆବେଦନ କରିପାରିବେ। ଏ ନେଇ ଆବେଦନ କରିବାର ଶେଷ ତାରିଖ ଆସନ୍ତା ୨୦ ତାରିଖ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏହି ପୁରସ୍କାର ଆବେଦନ ଆହ୍ଵାନ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ବିଭାଗ, ସମସ୍ତ ଜିଲ୍ଲାପାଳଙ୍କୁ ବି ଅବଗତ କରାଯାଇଛି। ପୂର୍ବରୁ ନୂଆଦିଲ୍ଲୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ (ଆଇଓଡି) ପକ୍ଷରୁ ଗୋଲ୍ଡେନ୍ ପିକକ୍ ଆଓ୍ଵାର୍ଡସ ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନିକଟକୁ ବିସ୍ତତ ବିବରଣୀ ସମ୍ବଳିତ ଚିଠି ଆସିଥିଲା। ଆଇଓଡି ତରଫରୁ ଏପ୍ରିଲ୍ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ବାର୍ଷିକ ବିଶ୍ୱ କଂଗ୍ରେସ ଦୁବାଇରେ ଆୟୋଜନ କରାଯାଉଛି। ଏହି ଅବସରରେ ଗୋଲ୍ଡେନ୍ ପିକକ୍ ନ୍ୟାସନାଲ୍ କ୍ୱାଲିଟି, ନ୍ୟାସନାଲ୍ ଟ୍ରେନିଂ, ବିଜ୍ନେସ୍ ଏକ୍ସଲେନ୍ସ ଓ ଇନୋଭେଟିଭ୍ ପ୍ରଡକ୍ଟ/ସର୍ଭିସ ଆଓ୍ଵାର୍ଡ ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଆଇଓଡି ମହା ନିର୍ଦେଶକ ଡ. ଭି.କେ. ଅଗ୍ନିହୋତ୍ରି ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସମସ୍ତ ବିବରଣୀ ପାଇଁ େଓ୍ଵବ୍ସାଇଟ୍ www.goldenpeacockaward.comରେ ଯୋଗାଯୋଗ କରିବାକୁ କୁହାଯାଇଛି।