ରେଳ ଧାରଣା କାଟିଲେ ନକ୍ସଲ : ମାଲବାହୀ ଟ୍ରେନର ୨୨ ବଗି ଲାଇନଚ୍ୟୁତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ନକ୍ସଲ ହିଂସା ଥମିବାର ନାମ ନେଉ ନାହିଁ। ଏଥର ନକ୍ସଲ ଦନ୍ତେୱାଡାର କେକେ ରେଳ ମାର୍ଗକୁ ନିଜର ଟାର୍ଗେଟ କରିଛନ୍ତି। ଗତକାଲି ରାତିରେ ରେଳ ଲାଇନକୁ କାଟି ଦେବା ଫଳରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହି ଘଟଣା କାମାଲୁର-ଭାଂସି ଷ୍ଟେସନ ମଧ୍ୟରେ ରହିଥିବା ୪୧୬/୬ ନମ୍ବର ରେଳ ଲାଇନରେ ଘଟିଛି। ତେବେ ରେଳ ଧାରଣାକୁ କାଟିବା ପରେ ନକ୍ସଲଙ୍କ ହିଂସା ଥମି ନଥିଲା। ନିକଟସ୍ଥ ଷ୍ଟେସନରେ ପଶି ରାତିରେ ଡ୍ୟୁଟି କରୁଥିବା କର୍ମଚାରୀ ମାନଙ୍କୁ ମାରଧର କରିବା ସହ ସେମାନଙ୍କ ୱାକିଟକି ଲୁଟକରି ନେଇଯାଇଛନ୍ତି। ଅନ୍ୟପକ୍ଷରେ ରେଳ ଧାରଣା କଟାଯାଇଥିବାରୁ କିରଣ୍ଡଲରୁ ବିଶାଖାପାଟଣମ୍‌ ଯାଉଥିବା ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଛି। ଟ୍ରେନର ତିନୋଟି ଇଂଜିନ ଓ ୨୨ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଟ୍ରେନରେ ଲୁହା ଭର୍ତ୍ତି ହୋଇ ରହିଥିଲା। ରେଳ ବିଭାଗ ଖବର ପାଇ ଆଜି ସକାଳେ ଘଟଣା ସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର