ପାରାଦୀପ: ହରିଣପଲ ଉପରେ ଚଢ଼ିଗଲା ଟ୍ରେନ, ୩ ମୃତ

ପାରାଦୀପ: ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଜୟପୁର-ଗୋପାଳପୁର ରେଳ ଲାଇନ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ରେଲବାଇ ଲଇନ୍‌ ପାର ହେଉଥିବା ହରିଣ ପଲ ଉପରେ ମାଲଗାଡ଼ି ଚଢ଼ିଯାଇଛି। ଏଥିରେ ୩ଟି ହରିଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ମାଲଗାଡ଼ି ପାରାଦୀପରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ଜୟପୁର- ଗୋପାଳପୁର ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ବାହାରି ଆସି ଏକ ହରିଣ ପଲ ରେଳ ଲାଇନ୍‌ ପାର ହେଉଥିଲେ। ତେବେ ଟ୍ରେନ ଲାଇଟ୍‌ ପଡ଼ିବାରୁ ହରିଣପଲ ମଧ୍ୟରୁ କେତେକ ରେଲେଓ୍ଵ ଟ୍ରାକ୍‌ରେ ଦୌଡ଼ିବାରୁ ଟ୍ରେନ୍‌ଟି ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଏ ସମ୍ପର୍କରେ ଖବର ପାଇ ବନବିଭାଗର ଅଧିକାରୀମାନେ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍‌ରେ ପଡ଼ିଥିବା ୩ଟି ହରିଣର ମୃତଦେହ ଜବତ କରି ବ୍ୟବଛେଦ କରାଇଛନ୍ତି। ପରେଏହି ମୃତ ହରିଣଗୁଡ଼ିଙ୍କୁ ପୋତି ଦିଆଯାଇଛି। ଅପରପକ୍ଷେ ଟ୍ରେନ୍‌ ଧକ୍କାରେ ଆହତ କିଛି ହରିଣକୁ ନିକଟସ୍ଥ ଗ୍ରାମର ଳୋକେ ନେଇ ଯାଇଥିିବା ନେଇ ଚର୍ଚ୍ଚା ହେବା ପରେ ବନବିଭାଗ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର