ଶ୍ରୀମନ୍ଦିରରେ ଗୁଗଲ୍‌ ବୟ କୌଟିଲ୍ୟ

ପୁରୀ : ବିସ୍ମୟ ବାଳକ ଗୁଗୁଲ ବୟ କୌଟିଲ୍ୟ ପଣ୍ଡିତ ଆଜି ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ତାଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଗକୁ କିଭଳି ସେ ଅଧିକ ସଫଳ ହେବେ ସେ ନେଇ ମହାପ୍ରଭୁଙ୍କ ନିକଟରେ ବିନତୀ ଜଣାଇଥିବା ପ୍ରକାଶ କରିଛନ୍ତି। ଦର୍ଶନ ସାରି ଫେରିବା ବେଳେ କୌଟିଲ୍ୟ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। କୌଣାର୍କ ମନ୍ଦିର, ଜଗନ୍ନାଥ ମନ୍ଦିର ସଂପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ନିର୍ଭୁଲ ଭାବେ ଦେଇ ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଜଗନ୍ନାଥ ବିଷ୍ଣୁଙ୍କ ଅବତାର ବୋଲି କହିବା ସହିତ ପୁରୀ ସଂପର୍କିତ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ। ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ କୌଟିଲ୍ୟ ଆଜି ଶ୍ରୀକ୍ଷେତ୍ରକୁ ଆସିଥିଲେ।

ସମ୍ବନ୍ଧିତ ଖବର