ରାଜ୍ୟ ସରକାର ଆରମ୍ଭ କଲେ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା’

ଭୁବନେଶ୍ୱର: ୨୦୧୮ ଜୁନ ପହିଲାରୁ କର୍ମଜୀବୀ ସାମ୍ବାଦିକମାନଙ୍କ ନିମନ୍ତେ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କର୍ମଜୀବୀ ସାମ୍ବାଦିକଙ୍କ ସମେତ ତାଙ୍କ ପରିବାରର ୫ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ। ସ୍ୱାସ୍ଥ୍ୟ ବୀମା କାର୍ଡ ଗୁଡ଼ିକ ସଂପୃକ୍ତ ସାମ୍ବାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବ। ହିତାଧିକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ବୀମା Identification Number ବ୍ୟବହାର କରି ଏହି ସୁବିଧା ୨୦୧୮ ଜୁନ ପହିଲାରୁ ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ୩୨୩୩ ଜଣ ସାମ୍ବାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର