ବରଗଡ଼ ଜିଲ୍ଲାରେ ଅଧପନ୍ତରିଆ ଅବସ୍ଥାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା

ବରଗଡ଼ : ଜିଲ୍ଲାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା ଧକେଇ ଚାଲିଛି। ପର୍ଯ୍ୟାପ୍ତ ଅନୁଦାନ ଥିଲେ ହେଁ ଯୋଜନାରେ ସାମିଲ ଥିବା ପ୍ରକଳ୍ପ ଗୁଡ଼ିକ ଅଧାଅଧୁରା ହୋଇ ପଡ଼ି ରହିଛି। କେଉଁଠି ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ ତ କେଉଠି ଅଧପନ୍ତରିଆ ଅବସ୍ଥାରେ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଯୋଜନା ବାବଦକୁ ଜିଲ୍ଲାରେ ମୋଟ୍‌ ୨୨୨୮.୧୫ ଲକ୍ଷ ଟଙ୍କା ମହଜୁଦ ରହିଛି। ହେଲେ ଏଥିରୁ ମାତ୍ର ୧୭୫୭.୫୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ ଅନୁଦାନ ରାଶିରୁ ମାତ୍ର ୬୬.୮୮ ପ୍ରତିଶତ ଅର୍ଥରାଶି ପ୍ରକଳ୍ପ ଗୁଡ଼ିକରେ ବିନିଯୋଗ ହୋଇଛି। ମୋଟ୍ ବ୍ୟୟ ଅଟକଳ ଅନୁସାରେ ଗୋପବନ୍ଧୁ ଗ୍ରାମିଣ ଯୋଜନାରେ ୧୦୧୬ଟି ପ୍ରକଳ୍ପ ମଂଜୁର ହୋଇଥିଲା। କିନ୍ତୁ ଏଥିରୁ ମାତ୍ର ୬୨୩ଟି ସଂପୂର୍ଣ୍ଣ ହୋଇଥିବା ପରିସଂଖ୍ୟାନ କହୁଛି। ଭେଡ଼େନ ବ୍ଲକକୁ ୯୩.୨୫ ଲକ୍ଷ ଟଙ୍କା ଅନୁଦାନ ଆସିଥିବାବେଳେ ଏଠାରେ ମଂଜୁରୀପ୍ରାପ୍ତ ୯୨ଟି ପ୍ରକଳ୍ପରୁ ୮୫ଟି ସଂପୂର୍ଣ୍ଣ ହୋଇଛି। ତେବେ ଅତାବିରା ବ୍ଲକ ଏଥିରେ ଶତପ୍ରତିଶତ ସଫଳତା ପାଇଛି। ଏଠାରେ ସମସ୍ତ ୯୯ଟି ପ୍ରକଳ୍ପ ଶେଷ ହୋଇ ସାରିଛି। ବରପାଲିରେ ସର୍ବନିମ୍ନ କାମ ହୋଇଛି। ଏଠାରେ ୧୦୫ଟି ଟାର୍ଗେଟ ପ୍ରକଳ୍ପରୁ ମାତ୍ର ୨୩ଟି ଶେଷ ହୋଇଛି। ପଦ୍ମପୁର ବ୍ଲକରେ ମଧ୍ୟ ୫୦ ପ୍ରତିଶତରୁ କମ୍‌ କାମ ସରିଛି।

ସମ୍ବନ୍ଧିତ ଖବର