ଗୋରା କବର ସ୍ୱାଭିମାନ ଦିବସ କାର୍ଯ୍ୟକ୍ରମ : ଜଷ୍ଟିସ୍‌ ରଘୁବୀର ଦାଶ ମୁଖ୍ୟଅତିଥି, ପ୍ରଫେସର ଖାରବେଳ ମହାନ୍ତି ମୁଖ୍ୟବକ୍ତା

କଟକ : ଏପ୍ରିଲ ୨୮ ତାରିଖ, ଶନିବାର ସକାଳ ୬ଟା ୩୦ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧିପୀଠ ତୁଳସୀପୁରର ଗୋରା କବର ଠାରେ ସ୍ୱାଭିମାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମଧୁବାବୁଙ୍କ ଜୟନ୍ତୀରେ ସମ୍ବାଦ- ଆମ ଓଡ଼ିଶା ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ୍‌ ରଘୁବୀର ଦାଶ ଏବଂ ମୁଖ୍ୟବକ୍ତା ଭାବେ ଇତିହାସ ବିଭାଗର ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି ଯୋଗ ଦେବେ। ସମ୍ବାଦର ସଂପାଦକ, ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ମଧୁପ୍ରେମୀଙ୍କୁ ଯୋଗ ଦେବାକୁ ସମ୍ବାଦ, ଆମ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର