ଗୌରହରିଙ୍କୁ ‘ଚାସୋ’ ପୁରସ୍କାର

ବିଜୟନଗରମ୍‌: ବିଶିଷ୍ଟ ଓଡ଼ିଆ ଲେଖକ ତଥା ‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ ୨୦୧୭ର ‘ଚାସୋ’ ପୁରସ୍କାର ପାଇବେ। ଗତକାଲି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଖ୍ୟାତ ତେଲୁଗୁ ସାହିତ୍ୟିକ ଚଗାନ୍ତି ସୋମାୟାଜୁଲୁଙ୍କ କନ୍ୟା ଚଗାନ୍ତି ତୁଳସୀ ଏହି ସୂଚନା ଦେଇ କହିଛନ୍ତି ଯେ ଚାସୋ ଫାଉଣ୍ଡେସନ୍‌ ଗତ ୨୩ ବର୍ଷ ଧରି ଆନ୍ଧ୍ରପ୍ରଦେଶର ଲେଖକମାନଙ୍କୁ ଏହି ପୁରସ୍କାର ଦେଇ ଆସୁଥିଲା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ବାହାରର ଜଣେ ବିଶିଷ୍ଟ ଲେଖକଙ୍କୁ ଏହା ଦେବା ପାଇଁ ସ୍ଥିର ହୋଇଛି। ଆସନ୍ତା ମାସ ୧୭ ତାରିଖରେ ବିଜୟନଗରମ୍‌ର ଚାସୋ ସାହିତ୍ୟ ବେଦିକା ହଲ୍‌ରେ ଆନ୍ଧ୍ରପ୍ରଦେଶର ପ୍ରଗତିଶୀଳ ଲେଖକ ସଂଘର ପ୍ରତିଷ୍ଠାତା ତଥା ବିଶିଷ୍ଟ ଗାଳ୍ପିକ ଚାସୋଙ୍କ ୧୦୩ତମ ଜୟନ୍ତୀ ଅବସରରେ ଗୌରହରି ଦାସଙ୍କୁଏହି ପୁରସ୍କାର ସ୍ୱରୂପ ଦଶ ସହସ୍ର ମୁଦ୍ରା, ଶାଲ୍‌ ଏବଂ ପ୍ରଶସ୍ତି ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀମତୀ ତୁଳସୀ କହିଥିଲେ। ଏହି ପୁରସ୍କାର ସମାରୋହରେ ପ୍ରସିଦ୍ଧ ଲେଖକ ଓ ସାମ୍ବାଦିକ ବିଜୟଓ୍ଵାଡ଼ାର ଡ. ଜି.ଭି. ପୂର୍ଣ୍ଣଚନ୍ଦ୍ର ଚାସୋ ତାଙ୍କର କୃତି ସମ୍ପର୍କରେ ସ୍ମାରକୀ ବତ୍କତା ପ୍ରଦାନ କରିବେ ଏବଂ ପ୍ରସିଦ୍ଧ ସାମ୍ବାଦିକ ତଥା ଗାଳ୍ପିକ ଶ୍ରୀରମଣା ଏଥିରେ ଅଧ୍ୟକ୍ଷତା କରିବେ।

ସମ୍ବନ୍ଧିତ ଖବର