ନିଜସ୍ୱ ଜମି ଫେରିପାଇବ ଗୋବର୍ଦ୍ଧନ ମଠ

ପୁରୀ : ଜବରଦଖଲରେ ଥିବା ପୁରୀ ଗୋବର୍ଦ୍ଧନ ମଠର ଅଧିକୃତ ଜମି ଫେରାଇବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଗୋବର୍ଦ୍ଧନ ମଠର ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏ ନେଇ ଚେତାବନୀ ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ରାଜସ୍ୱ ବିଭାଗ ମିଳିତ ଭାବେ ଆଜିଠାରୁ ଜମି ମାପଚୁପ ଆରମ୍ଭ କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟ ମାପଚୁପ ସରିଥିବା ବେଳେ ଖୁବ ଶୀଘ୍ର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଆଜି ଶ୍ରୀମନ୍ଦିର ରାଜସ୍ୱ ପ୍ରଶାସକ ମଧୁସୂଦନ ଦାଶଙ୍କ ନେତୃତ୍ଵରେ ଏକ ୬ଜଣିଆ ଟିମ୍‌ ଗୋବର୍ଦ୍ଧନ ପୀଠକୁ ଯାଇ ଜମି ମାପଚୁପ ଆରମ୍ଭ କରିଛନ୍ତି। ମାପଚୁପ ସମୟରେ ଅଧିକାଂଶ ଜମି ଜବରଦଖଲରେ ରହିଥିବା ଜଣାପଡ଼ିଛି। ଆଜି ଜମି ମାପଚୁପ ସରିଥିବା ବେଳେ ଆସନ୍ତାକାଲି ଏ ସଂକ୍ରାନ୍ତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର