ସରକାର ମାନିଲେ: ଆତ୍ମହତ୍ୟା କରିଥିବା ଚାଷୀଙ୍କ ଉପରେ ଥିଲା ଋଣ ବୋଝ

ଭୁବନେଶ୍ୱର : ୨୦୧୬-୧୭ରେ ଆତ୍ମହତ୍ୟା କରିଛନ୍ତି ୧୬ ଜଣ ଚାଷୀ। ୨୦୧୭-୧୮ରେ ଏହି ସଂଖ୍ୟା ୧୪। ଦୁଇ ବର୍ଷରେ ଆତ୍ମହତ୍ୟା କରିଥିବା ୩୦ ଚାଷୀଙ୍କ ମଧ୍ୟରୁ ୨୦ ଜଣଙ୍କ ମୁଣ୍ଡରେ ଥିଲା ଋଣ ବୋଝ। ଏହି ତଥ୍ୟ ନିଜେ କୃଷି ମନ୍ତ୍ରୀ ଦାମୋଦର ରାଉତ ଆଜି ବିଧାନସଭାରେ ଦେଇଛନ୍ତି। ଚାଷୀ ଋଣ ବୋଝରେ ଭାରାକ୍ରାନ୍ତ ଥିବାର ସ୍ପଷ୍ଟ ହୋଇଥିଲେ ବି ସରକାର ଏ ଯାଏଁ ଚାଷ ପାଇଁ ଚାଷୀ ଆତ୍ମହତ୍ୟା କରିଛି ବୋଲି ମାନିବାକୁ ପ୍ରସ୍ତୁତ ନାହାନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ଅନୁଗୁଳ, ବରଗଡ଼, ଗଞ୍ଜାମ, ଯାଜପୁର, କଳାହାଣ୍ଡି, ଖୋର୍ଦ୍ଧା, ନବରଙ୍ଗପୁର, ସମ୍ବଲପୁର, ବୌଦ୍ଧ ଓ ବାଲେଶ୍ୱରର ଚାଷୀ ଆତ୍ମହତ୍ୟା କରିଛନ୍ତି। ଗଞ୍ଜାମ ଓ ଯାଜପୁରରେ ସର୍ବାଧିକ ୩ ଜଣ ଲେଖାଏଁ ଚାଷୀ ଜୀବନ ହାରିଛନ୍ତି। ସେହିପରି ୨୦୧୭-୧୮ରେ ବରଗଡ଼, ସମ୍ବଲପୁର, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ରାୟଗଡ଼ା ଓ ସମ୍ବଲପୁରରେ ଚାଷୀ ଆତ୍ମହତ୍ୟା କରିଛନ୍ତି। ବରଗଡ଼ରେ ସର୍ବାଧିକ ୬ ଜଣ ଚାଷୀ ଜୀବନ ହାରିଛନ୍ତି। ଚାଷୀଙ୍କ ମୁଣ୍ଡରେ ୧୦ ହଜାର ଟଙ୍କା ଠାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ଉପରେ ଋଣ ଭାର ରହିଛି।

ସମ୍ବନ୍ଧିତ ଖବର