ପ୍ଲାଷ୍ଟିକ ସାମଗ୍ରୀ ଫେରାଇଲେ, ସରକାର ଦେବେ ଟଙ୍କା

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର୨ରୁ ରାଜ୍ୟ ସରକାର ରାଜ୍ୟରେ ପ୍ଲାଷ୍ଟିକ ନିଷିଦ୍ଧ କରିବାକୁ ପୂର୍ବରୁ ଘୋଷଣା କରିଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କେତେକ ପଦକ୍ଷେପ ଘୋଷଣା କରାଯାଇଛି । ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏକ ନିଷ୍ପତ୍ତି ଅନୁସାରେ ଲୋକମାନଙ୍କଠାରୁ ପ୍ଲାଷ୍ଟିକ ସଂଗ୍ରହ ବଦଳରେ  କିଛି ଟଙ୍କା ଦିଆଯିବ ।  ସଚିବାଳୟରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ।ଓମଫେଡ୍ ଜରି, ପାଣି ବୋତଲ ଫେରାଇଲେ ଏଣିକି ମିଳିବ ଟଙ୍କା । ଏଜେଣ୍ଟମାନଙ୍କ ଜରିଆରେ ଏହି ପ୍ଲାଷ୍ଟିକ୍ ବୋତଲ ଓ ଜରି ସଂଗ୍ରହ କରାଯିବ । ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ୍ ସଂଗ୍ରହ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଜନସାଧାରଣଙ୍କୁ ଏ ନେଇ ମତମତ  ଦେବାକୁ ୧୫ ଦିନର ସମୟ ଦିଆଯିବ । ସେପ୍ଟେମ୍ବର ୧୫ ସୁଦ୍ଧା ପ୍ଲାଷ୍ଟିକ୍ ନିଷେଧ ଅାଇନ ଆସିବ । ଆସନ୍ତା ୨ ସପ୍ତାହ ମଧ୍ୟରେ ନିୟମ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ଲାଷ୍ଟିକ୍ ପାଉଚ୍ ବନ୍ଦ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ସମ୍ବନ୍ଧିତ ଖବର