ମହାକାଳପଡ଼ାରେ ମହାଦୁର୍ନୀତି : ଘରୋଇ ମାଲିକାନାକୁ ଟେକିଦେଲେ ୧୦ ଏକର ଜଙ୍ଗଲ ଜମି

କିସମ ବଦଳି ବାହାରିଲା ପଟ୍ଟା, ଚାଲିଛି ବେଧଡ଼କ ଚିଙ୍ଗୁଡ଼ି ଘେରି ନିର୍ମାଣ

କେନ୍ଦ୍ରାପଡ଼ା : ନିୟମ କହୁଛି ଜଙ୍ଗଲ ଜମି କାହାକୁ ଦିଆଯାଇପାରିବ ନାହିଁ। କିସମ ପରିବର୍ତ୍ତନ ସ˚ପୂର୍ଣ୍ଣ ବେଆଇନ। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ୍‌ ଅଧୀନ କା˚ଶପାଳ ମୌଜାରେ ସବୁ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ଜ˚ଗଲ ଜମିକୁ ଜଣଙ୍କ ନାଁରେ କରି ଦିଆଯାଇଛି। ଏକର କି ଦୁଇ ଏକର ନୁହେଁ; ମୋଟ ୯ ଏକର ୪୮ ଡିସିମିଲ୍‌ ଜଙ୍ଗଲ ଜମିକୁ ସ୍ଥିତିବାନ୍‌ ସ୍ବତ୍ତ୍ବ ଶାରଦ ଦୁଇରେ ପଟ୍ଟା କରିଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କର୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ସ˚ପୂର୍ଣ୍ଣ ବେଆଇନ ଦର୍ଶାଇ ଗୋଟିଏପଟେ କାଶ˚ପାଳବାସୀ ଜିଲ୍ଲାପାଳଙ୍କ ପାଖେ ଲିଖିତ ଅଭିଯୋଗ କରିଥିବା ବେଳେ ଅନ୍ୟପଟେ ସ˚ପୃକ୍ତ ଜମି ଉପରେ ବେଧଡ଼କ ଚିଙ୍ଗୁଡ଼ି ଘେରି ନିର୍ମାଣ ଚାଲିବା ଘଟଣା ଜ˚ଗଲ ଜମି ହସ୍ତାନ୍ତରଣରେ ହୋଇଥିବା ବଡ଼ଧରଣରର କେଳେଙ୍କାରୀର ଆଭାସ ଦେଉଛି। ଏଭଳି ସ୍ଥିତିରେ କିଭଳି ଆଉ କେଉଁ ପରିସ୍ଥିତିରେ କର୍ତୃପକ୍ଷ ଆଇନ ଆଖିରେ ଆ˚ଗୁଠି ଗେଞ୍ଜି ଜଙ୍ଗଲ ଜମି କିସମ ବଦଳାଇ ଜଣଙ୍କ ନାଁରେ ପଟ୍ଟା କରି ଦେଲେ, ତାହା ଏବେ ଉଚ୍ଚସ୍ତରୀୟ ତଦନ୍ତର ଅପେକ୍ଷା ରଖୁଛି।

ସରକାରୀ ଜଙ୍ଗଲ ଜମି ଉପରେ ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ ହେବା ଘଟଣା କିଛି ନୂଆ ନୁହେଁ। କରୋନାଜନିତ ଲକଡାଉନ୍‌ ସମୟରେ ମହାକାଳପଡ଼ା ବ୍ଲକ୍‌ ବଉଳକଣୀ ପଞ୍ଚାୟତ କା˚ଶପାଳ, ଖରିନାସୀ ପ˚ଚାୟତ ହରିଆବାଙ୍କ ଆଦି ବିଭିନ୍ନ ସ୍ଥାନରେ ଥିବା ଜ˚ଗଲ ଜମିରେ ବେଧଡ଼କ ଚିଙ୍ଗୁଡ଼ି ଘେରି ନିର୍ମାଣ ଚାଲିଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ହେଲେ ଏବେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି କା˚ଶପାଳରେ ଯେଉଁ ଜମିରେ ଚିଙ୍ଗୁଡ଼ି ଘେରି ନିର୍ମାଣ ଚାଲିଛି, ତାର କିସମକୁ ବଦଳାଇ ଦିଆଯାଇଛି। ୨୦୧୮ମସିହାରେ ଖାତା ନମ୍ବର ୪, ପ୍ଲଟ୍‌ ନମ୍ବର ୧/୬୦ର ୮ଏକର ୩୦ଡିସିମିଲ୍‌ ଏବ˚ ଖାତା ନ˚-୧ର ପ୍ଲଟ୍‌ ନମ୍ବର ୪ର ୧ଏକର ୧୮ଡିସିମିଲ୍‌ ମିଶାଇ ମୋଟ୍‌ ୯ଏକର ୪୮ଡିସିମିଲ୍‌ ଜ˚ଗଲ ଜମିକୁ ପାଟକୁରା ଥାନା ମଧୁଶାସନ ଗାଁର ଅଶୋକ ପାତ୍ରଙ୍କ ନାଁରେ ପଟ୍ଟା କରିଦିଆଯାଇଛି। ରିଭାଇଜ୍‌ ପିଟିସନ୍‌ ବା ଆର‌୍‌ପି ମିସ୍‌ କେସ୍‌(ନ˚୧୪/୧୮) ବଳରେ ଏଭଳି କାରବାର ହୋଇଛି। ଉଲ୍ଲେଖନୀୟ କଥା ହେଉଛି, ନିଜ ନାଁରେ ହେବା ପରେ ଶ୍ରୀ ପାତ୍ର ବି ଏ ଜମି ଆଉ ନିଜେ ରଖିନାହାନ୍ତି। ସେ ୨୦୧୯ ମସିହାରେ ମାର୍ଶାଘାଇ ମଧୁରଗଣ୍ତ ଖମାରସ୍ଥିତ ଶାମଯୋର ଗାଁର ମହେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବିକ୍ରି(ମ୍ୟୁଟେସେନ୍‌ କେସ୍‌ ନ˚-୫୭୩୪/୨୦୧୯) ଦେଇଛନ୍ତି। ଏବେ ସେହି ଜମି ଉପରେ ଚିଙ୍ଗୁଡ଼ି ଘେରି ନିର୍ମାଣ ଚାଲିଥିବା ବେଳେ କା˚ଶପାଳବାସୀ ଏହାର ଦୃଢ଼ ବିରୋଧ କରିଛନ୍ତି। ଜ˚ଗଲ ଜମିକୁ କିଭଳି ବେଆଇନ ଭାବେ ଜଣଙ୍କ ନାଁରେ ପଟ୍ଟା କରିଦିଆଗଲା, ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଅ˚ଚଳବାସୀ ଜିଲ୍ଲାପାଳଙ୍କ ପାଖେ ଫେରାଦ୍‌ ହୋଇଛନ୍ତି।

ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି ହେବା ଦ୍ବାରା ଗ୍ରାମ୍ୟ ପରିବେଶ ବିଷାକ୍ତ ହେବା ସହ ଚାଷ ଜମିରୁ ବର୍ଷା ଓ ନଦୀର ଲୁଣି ଜଳ ନିଷ୍କାସିତ ହୋଇ ନପାରି ଫସଲହାନି ଘଟୁଛି। ଏପରିକି, ଘେରିରେ ବ୍ୟବହୃତ ଯାନ୍ତ୍ରିକ ମଟର ଓ ପାଣି ପମ୍ପ୍‌ ଶବ୍ଦରେ ପିଲାଙ୍କ ପାଠପଢ଼ାରେ ବି ବ୍ୟାଘାତ ସୃଷ୍ଟି ହେଉଥିବା ଲବକୁମାର ରାୟ, ରଜନୀ ଖିଲାର, ଭବେନ ମଣ୍ତଳ, ନିର˚ଜନ ଖିଲାରଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗରେ ଦର୍ଶାଇବା ସହ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଜଙ୍ଗଲ ଜମି କିସମ ବଦଳାଯାଇପାରିବ ନାହିଁ ବୋଲି ସରକାରୀ ନିୟମ ଥିବା ବେଳେ ଏଠାରେ କେଉଁ ପରିସ୍ଥିତିରେ ଏଭଳି କରାଗଲା? କର୍ତୃପକ୍ଷ କେଉଁ ଆଇନ ବଳରେ ସରକାରୀ ଜମିକୁ ପଟ୍ଟା କରିଦେଲେ? ଜମିର ମାଲିକ ଜ˚ଗଲ ବିଭାଗ ହୋଇଥିବା ବେଳେ ପଟ୍ଟା କରାଯିବା ପୂର୍ବରୁ ବିଭାଗର ଅନୁମୋଦନ ନିଆଯାଇଥିଲା କି? ଏଭଳି ଅନେକ ପ୍ରଶ୍ନ ଗୋଟିଏପଟେ ଉଠୁଥିବା ବେଳେ ଅନ୍ୟପଟେ ପୂରା କିସମ ପରିବର୍ତ୍ତନ ପ୍ରକରଣ ମହାକାଳପଡ଼ା ତହସିଲ୍‌ କର୍ତୃପକ୍ଷଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ନେଉଛି। ଏପରିସ୍ଥଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପ୍ରକୃତ ଘଟଣା ସାମ୍ନାକୁ ଆସନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର