କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: କୋରାପୁଟ ଜିଲ୍ଲାଜଜ୍‌ଙ୍କୁ ତଦନ୍ତ ଦାୟିତ୍ୱ

ଭୁବନେଶ୍ୱର : ଶେଷରେ ସରକାର ମୁଣ୍ଡ ନୁଆଁଇଲେ। କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଗୁମର ଖୋଲିବାକୁ ପଦକ୍ଷେପ ସ୍ୱରୂପ କୋରାପୁଟ ଜିଲ୍ଲାଜଜ୍‌ଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ସରକାର। ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଆଗାମୀ ୩ ମାସ ଭିତରେ ତଦନ୍ତ ସାରି କମିସନ୍‌ ରିପୋର୍ଟ ଦେବେ।

ବିଜ୍ଞପ୍ତି ଅନୁଯାୟୀ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଏଥିରେ କେଉଁମାନେ ସଂପୃକ୍ତ, ଏହି ଘଟଣା ସହିତ କେଉଁ ପ୍ରସଙ୍ଗ ଜଡ଼ିତ ଏହି ରୂପେ ୩ଟି ପ୍ରସଙ୍ଗ ଉପରେ କମିସନ ତଦନ୍ତ କରିବେ। କମିସନ୍‌ଙ୍କ କାର୍ଯ୍ୟାଳୟ କୋରାପୁଟରେ ସ୍ଥାପିତ ହେବ। ସେହିପରି ଏହାକୁ ରେଡ୍‌ଫ୍ଲାଗ ମାମଲା ପର୍ଯ୍ୟାୟଭୁକ୍ତ କରିଥିବା କ୍ରାଇମବ୍ରାଞ୍ଚ ପୁଲିସ୍‌ ମଧ୍ୟ ତଦନ୍ତ ଅବ୍ୟାହତ ରଖିବ।

ସମ୍ବନ୍ଧିତ ଖବର