ଚାଷୀଙ୍କ ଦାବି ବିଚାର ପାଇଁ ସରକାର ଗଠନ କଲେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି, ନବନିର୍ମାଣ କୃଷକ ସଙ୍ଗଠନର ବିରୋଧ

ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ଡାକରାରେ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଚାଷୀ ସମାବେଶରେ ଯୋଗଦେବା ପାଇଁ ହଜାର ହଜାର ଚାଷୀ ପଦଯାତ୍ରାରେ ଆସିଥିଲେ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ପାରିନାହାଁନ୍ତି। ସେମାନେ ଭୁବନେଶ୍ୱର ଉପକଣ୍ଠ ହଁସପାଳ ଓ ତମାଣ୍ଡୋ ଠାରେ ଅଟକି ରହିଛନ୍ତି। ତମାଣ୍ଡୋଠାରେ ବ୍ୟାରିକେଡ୍‌ ଭାଙ୍ଗି ପଦଯାତ୍ରାରେ ଆସୁଥିବା ଚାଷୀମାନଙ୍କୁ ପୁଲିସ ଭ୍ୟାନଯୋଗେ ଉଠାଇ ନେଇଥିବା ବେଳେ ସରକାର ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ତେବେ ସରକାରଙ୍କ ଏହି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ ଚାଷୀମାନଙ୍କୁ ସନ୍ତଷ୍ଟ କରି ପାରି ନାହିଁ।
ସରକାର ଚାଷୀମାନଙ୍କୁ ଭୁବନେଶ୍ୱର ସମାବେଶକୁ ବାରଣ କରିଥିବା ପରିପ୍ରେକ୍ଷୀରେ ୧୬ ନମ୍ବର ଜାତୀୟ ରାଜପଥ ଭୁବନେଶ୍ୱର ଉପକଣ୍ଠ ହଁସପାଳ ଓ ତମାଣେ୍‌ହା ଠାରେ ବ୍ୟାପକ ପୁଲିସ ମୂତୟନ କରାଯାଇ ଚାଷୀମାନଙ୍କ ଭୁବନେଶ୍ୱର ପ୍ରବେଶକୁ ବାରଣ କରାଯାଇଛି। ହଁସପାଳଠାରେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇ ଶାନ୍ତିରକ୍ଷା ପାଇଁ ଉଦ୍ୟମ ହୋଇଛି। ଅପରପକ୍ଷେ ତମାଣ୍ଡୋ ଠାରେ ଚାଷୀ -ପୁଲିସ ମୁହାଁମୁହିଁ ହୋଇଥିଲେ। ଚାଷୀମାନେ ତମାଣ୍ଡୋଠାରେ ପୁଲିସ ପକ୍ଷରୁ ନିର୍ମାଣ କରାଯାଇଥିବା ବାରିକେଟ୍‌କୁ ଭାଙ୍ଗି ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ଆସିବାରୁ ପୁଲିସ ୌସମାନଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି। ଅପରପକ୍ଷେ ଆଜି ଚାଷୀମାନଙ୍କ ଦାବି ଉପରେ ସହୃଦୟତିାର ସହିତ ବିଚାର କରିବା ପାଇଁ ସରକାର ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଅର୍ଥମନ୍ତ୍ରୀ ଶାଶୀ ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ କୃଷି ଓ ସମବାୟ ମନ୍ତ୍ରୀ ସଦସ୍ୟ ରହିଛନ୍ତି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଏହି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଚାଷୀଙ୍କ ଦାବି ଓ ସ୍ୱାର୍ଥ ଉପରେ ବିଚାର କରି ସରକାରଙ୍କୁ ସୁପାରିସ କରିବ। ଅପରପକ୍ଷେ ଏହି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନକୁ ବିରୋଧ କରିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର। ସେ କହିଛନ୍ତି ଯେ ଚାଷୀଙ୍କୁ ପେନସନ ଦେବା ପାଇଁ ଏହି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ନାହିଁ। ଦାବି ପୂଣର ନ ହେବା ଯାଏ ରାଜରାସ୍ତାରେ ବସି ରହିବୁ ବୋଲି ଅକ୍ଷୟକୁମାର କହିଛନ୍ତି।

ସମ୍ବନ୍ଧିତ ଖବର