ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ

ଭୁବନେଶ୍ବର : ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ନ୍ୟାୟୋଚିତ ଦାବି ପାଇଁ ଆନ୍ଦୋଳନ କରି ଆସୁଥିବା ରାଜ୍ୟର ୬୮୦୧ ଗ୍ରାମ ପଞ୍ଚାୟତର ୪ର୍ଥ ଶ୍ରେଣୀ କର୍ମଚାରୀମାନେ ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସଂଘର ସଭାପତି ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ଉପସଭାପତି ଲଳିତ କୁମାର ନାୟକଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସଂଘର ୩ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପ୍ରଦାନ କରିଥିଲେ।

ପ୍ରକାଶଥାଉକି ରାଜ୍ୟର ଥିବା ସମସ୍ତ ପଞ୍ଚାୟତର କାର୍ଯ୍ୟରତ ପାଖାପାଖି ୯ ହଜାର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ଥା‌ୟୀ ହେବା ପର୍ଯ୍ୟନ୍ତ ସରକାରଙ୍କ ଦ୍ବାରା ନିର୍ଧାରିତ ସର୍ବନିମ୍ନ ମଜୁରି ପାଇବା ନିମନ୍ତେ ସଂଘ ପକ୍ଷରୁ ଦାବି ହୋଇ ଆସୁଛି। ପଞ୍ଚାୟତ କାର୍ଯ୍ୟାଳୟଗୁଡିକରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ନିୟୋଜିତ ପିଅନ, ରାତ୍ର ଜଗୁଆଳି, ଝାଡୁଦାର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି କରାଯାଇ ଆସୁଅଛି। ସ୍ଥାୟୀ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ସରକାରଙ୍କ ଦ୍ବାରା ପରିବର୍ତିତ ସର୍ବନିମ୍ନ ମଜୁରି ପ୍ରଦାନ ପାଇଁ ଦାବି ହୋ‌ଇଛି। ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସତ୍ୟବାନ ସାହୁ, ଉପ ସଭାପତି ଭୋଜରାଜ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର