ମନ୍ତ୍ରୀଙ୍କ ସହିତ ଗ୍ରାମପଞ୍ଚାୟତ କର୍ମଚାରୀ ସଂଘର ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ଗ୍ରାମପଞ୍ଚାୟତର ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ଏକ ପ୍ରତିନିଧି ଦଳ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ସାକ୍ଷାତ କରିଛନ୍ତି। ସଂଘର ସଭାପତି ଲଳିତ ନାୟକଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ବିଭିନ୍ନ ସମସ୍ୟା ଭିତ୍ତିକ ଏକ ଦାବିପତ୍ର ପ୍ରଦାନ କରି ଆଲୋଚନା କରିଛନ୍ତି। ଆଲୋଚନା ବେଳେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ଆଲୋଚନାରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ସ୍ଥାୟୀ ଘୋଷଣା କରାଯିବା ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ତୁରନ୍ତ ଲାଗୁ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏହା ବ୍ୟତୀତ ବିନା ଦୋଷରେ ସରପଞ୍ଚ କିମ୍ବା ଅନ୍ୟ ପଦାଧିକାରୀମାନେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ କିପରି ବହିଷ୍କାର କରି ନପାରିବେ ସେ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପ୍ରତିନିଧିମଣ୍ଡଳୀରେ ସଂଘର ସଂପାଦକ ସତ୍ୟବାନ ସାହୁ, ଭୋଜରାଜ ମାଝି, ପବିତ୍ର ଭୋଇ, ସନ୍ନ୍ୟାସୀ ଧୋବି, ପୂର୍ଣ୍ଣଚନ୍ଦ୍ର ଜେନା, ଲକ୍ଷ୍ମୀଧର ସାହୁ, ବୈଷ୍ଣବ ବାଗ୍‌, ଚୈତନ୍ୟ ମେହେର, ସୋମନାଥ ସିଂ, ଚନ୍ଦ୍ର ରଣା, ସନୁ ମହାକୁଡ଼୍‍, ନରେନ୍ଦ୍ର ମହାନ୍ତି, ମାଧବ ଚନ୍ଦ୍ର ଦ୍ୱିବେଦୀ, ସଚିନ୍ଦ୍ର ସେନାପତି, ଭରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର