ରାସ୍ତାରେ ମାଣ ବସାଇଲେ ଗ୍ରାମ ରୋଜଗାର ସେବକ

ଭୁବନେଶ୍ବର : ୧୦ ଦଫା ଦାବି ନେଇ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ପକ୍ଷରୁ ଗତ ୧୫ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣା ଜାରି ରହିଛି। ଆଜି ସଂଘ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିଲା। ସଂଘର ଶତାଧିକ କର୍ମକର୍ତ୍ତା ରାସ୍ତା ଉପରେ ମାଣ ବସାଇ ପ୍ରତିବାଦ କରିଥିଲେ। ସର୍ବନିମ୍ନ ମାସିକ ଦରମା ୧୨ ହଜାର ଟଙ୍କା, ସ୍ଥାୟୀ ନିଯୁକ୍ତି, ୧୦୦% ପିଇ ଓ ପଦବି ନିଯୁକ୍ତି, ଶିକ୍ଷାଗତ ଯୋଗ୍ୟତା ଅନୁସାରେ କୃଷି ଏବଂ ଅର୍ଥ ବିଭାଗରେ ଖାଲିପଡ଼ିଥିବା ପଦବିରେ ନିଯୁକ୍ତି ଦେବା, ୧ ଜାନୁଆରି ୨୦୧୭ରୁ ବର୍ଦ୍ଧିତ ଦରମା ପିଛିଲାଭାବେ ଲାଗୁ କରିବା,୧୦-୧୨ ବର୍ଷ କାର୍ଯ୍ୟ କରିବା ପରେ ପଦୋନ୍ନତି ଆଦି ୧୦ ଦଫା ଦାବି ପୂରଣ କରିବା ପାଇଁ ସଂଘ ଦାବି କରିଛି। ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି। ସଂଘର ଆବାହକ ସୁଧୀର ଚନ୍ଦ୍ର ମୁଦୁଲିଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଜିଆର୍‌ଏସ୍‌ ଧାରଣାରେ ବସିରହିଛନ୍ତି।

ସମ୍ବନ୍ଧିତ ଖବର