ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦରେ ମିଶିଲା ଓଡ଼ିଶା ସବୁଜ ପତ୍ରିକାଧାରୀ ମହିଳା ମହାସ˚ଘ

ଭୁବନେଶ୍ବର : ରାଜ୍ୟ ସବୁଜ ପ୍ରତିକାଧାରୀ ଉନ୍ନୟନ ପରିଷଦରେ ଓଡ଼ିଶା ସବୁଜ ପତ୍ରିକାଧାରୀ ମହିଳା ମହାସ˚ଘ ବିଲୀନ ହୋଇଛି। ସୋମବାର ଲୋୟର ପିଏମ୍‌ଜିଠାରେ ମହାସ˚ଘର ରାଜ୍ୟ ସଭାନେତ୍ରୀ ବାସନ୍ତୀ କାଠ, ସମ୍ପାଦିକା ରଶ୍ମିତା ପ୍ରଧାନ ଓ ଅନ୍ୟ ସମସ୍ତ ଜିଲ୍ଲାର ଜିଲ୍ଲା, ବ୍ଲକ, ପଞ୍ଚାୟତର କର୍ମକର୍ତ୍ତାମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଉନ୍ନୟନ ପରିଷଦରେ ସାମିଲ ହୋଇଛନ୍ତି। ପରିଷଦର କାର୍ଯ୍ୟଧାରା ଓ ସା˚ଗଠନିକ ଦକ୍ଷତାକୁ ସମ୍ମାନ ଦେଇ ଏଭଳି ପଦକ୍ଷେପ ନେଇଛୁ। ଲୋକଙ୍କ ହିତ ଓ ଆବଶ୍ୟକତା ପୂରଣ କରିବାକୁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲୁ ବୋଲି ପରିଷଦ ଓ ମହାସଂଘ ପକ୍ଷରୁ କୁହାଯାଇଛି।

ଓଡ଼ିଶାର ପ୍ରାୟ ସାଢ଼େ ସାତଲକ୍ଷ ସବୁଜପତ୍ରିକାଧାରୀ ପରିବାରକଙ୍କୁ ମାସିକ ୭୫୦ ଟଙ୍କା ପ୍ରୋତ୍ସାହନ ଭତ୍ତା, ସହରାଞ୍ଚଳ ସବୁଜ ପତ୍ରିକାଧାରୀ ଭୂମିହୀନ ପରିବାରଙ୍କୁ ୪୦ ଡିସିମିଲି ଓ ଗ୍ରାମାଞ୍ଚଳ ସବୁଜପତ୍ରିକାଧାରୀ ଭୂମିହୀନ ପରିବାରକୁ ୮୦ ଡିସିମିଲ୍‌ ଘରଡିହ ପଟ୍ଟା ପ୍ରଦାନ ସହ ସବୁଜପତ୍ରିକାରେ ଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ତୁରନ୍ତ ଯୋଗାଇଦେବା ଦାବି କରିକରିଛି ପରିଷଦ। ଏହି ଅବସରରେ ପରିଷଦର ସାଧାରଣ ସମ୍ପାଦକ ଦେବରାଜ ନାୟକ ଓ ସ˚ଗଠନ ସମ୍ପାଦକ ଅରୁଣ କୁମାର ସ୍ବାଇଁ ସାମିଲ୍‌ ହୋଇଥିବା ମହାସ˚ଘର ସଭ୍ୟ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଦାବି ହାସଲ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର