ଆନନ୍ଦପୁର : ଫେସବୁକ୍ କମେଣ୍ଟରୁ ଘସିପୁରାରେ ଆଜି ତୁମୁଳ କାଣ୍ଡ ଘଟିଛି। ଥାନାଠାରୁ ମାତ୍ର ୫୦ ମିଟର ଦୂର ଘସିପୁରା ବସ୍ଷ୍ଟାଣ୍ଡରେ ଖଣ୍ଡା ବୁଲିଛି। ପ୍ରଥମେ ସନାସେନା ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା। ପରେ ବିଜେଡି ସମର୍ଥକଙ୍କ ଆକ୍ରମଣରେ ୬ ଜଣ ସନାସେନା ସମର୍ଥକ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ରକରି ଘସିପୁରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଫେସ୍ବୁକ୍ରେ ରାଜନୈତିକ ଦଳ ସପକ୍ଷରେ କମେଣ୍ଟ ମରାକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପ୍ରଥମେ ଗୁହାଳିଆର ସନା ସମର୍ଥକ ଓ ଘସିପୁରା ଅଞ୍ଚଳର ବିଜେପି ସମର୍ଥକମାନେ ଆଜି ଦିନ ୧୨ଟାବେଳେ ଘସିପୁରା ବସ୍ଷ୍ଟାଣ୍ଡ୍ରେ ମୁହାଁମୁହିଁ ହୋଇଥିଲେ। ବସ୍ଷ୍ଟାଣ୍ଡ ପରିସରରେ ଉଭୟପକ୍ଷ ମଧ୍ୟରେ ଦୀର୍ଘ ଏକଘଣ୍ଟାରୁ ଅଧିକ ସମୟ ଧରି ମାରପିଟ୍ ଚାଲିିଥିଲା। ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଦୀର୍ଘସମୟ ଧରି ଏପରି ଆତଙ୍କରାଜ୍ ଚାଲିଥିଲା। ବିଳମ୍ବରେ ପୁଲିସ୍ ଆସି ପହଞ୍ଚିିଲା, କିନ୍ତୁ ଗଣ୍ଡଗୋଳର ମୋଡ଼ ହଠାତ୍ ବଦଳି ଯାଇଥିଲା। ଅପରାହ୍ଣ ସାଢ଼େ ୩ଟାବେଳେ ଆନନ୍ଦପୁର ପୌର ଉପାଧ୍ୟକ୍ଷ ସୁରେଶ ସାହୁ ବସ୍ଷ୍ଟାଣ୍ଡକୁ ଆସିଥିବା ବେଳେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ଗାଡି ଭଙ୍ଗାରୁଜା ହୋଇଥିବାବେଳେ ଡ୍ରାଇଭର ହରିହର ସାହୁ(୪୧) ଆହତ ହୋଇଛନ୍ତି। ଏହି ଘଟଣା ପରେ ଅପରାହ୍ଣ ୪ଟାବେଳେ ଶୈଲଙ୍ଗ ଛକଠାରେ ୩୦ରୁ ଊଦ୍ଧ୍ଵର୍ ବିଜେଡି ସମର୍ଥକ ୬ଜଣ ସନାସେନା ସମର୍ଥକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉପାଧ୍ୟକ୍ଷ ଶ୍ରୀ ସାହୁ ଏନେଇ ଘସିପୁରା ଥାନାରେ ଏତଲା ଦେଇଛନ୍ତି।